ନୁଆ ବସଷ୍ଟାଣ୍ଡରେ ଜିଲ୍ଲା ପୋଲିସ ପକ୍ଷରୁ ଖୋଲିଲା ଜଳଛତ୍ର
ଖୋର୍ଦ୍ଧା, ୧୮ ଏପ୍ରିଲ୍(ହି.ସ.) – ଗ୍ରୀଷ୍ମର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି। ଏପରିସ୍ଥଳେ ତାତିରୁ ନିସ୍ତାର ନଥିବାବେଳେ ଜୀବଜଗତ ପାଣି ପାଇଁ ଚାତକ ପରି ଅନାଇ ରହିଛି। ତେଣୁ ଏହି ଗ୍ରୀଷ୍ମ କାଳରେ ଜୀବଜଗତ ମୁହଁରେ ପାଣି ଟୋପାଏ ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗ ଆଗେଇ ଆସିଛି
jalaChhatra


ଖୋର୍ଦ୍ଧା, ୧୮ ଏପ୍ରିଲ୍(ହି.ସ.) – ଗ୍ରୀଷ୍ମର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି। ଏପରିସ୍ଥଳେ ତାତିରୁ ନିସ୍ତାର ନଥିବାବେଳେ ଜୀବଜଗତ ପାଣି ପାଇଁ ଚାତକ ପରି ଅନାଇ ରହିଛି। ତେଣୁ ଏହି ଗ୍ରୀଷ୍ମ କାଳରେ ଜୀବଜଗତ ମୁହଁରେ ପାଣି ଟୋପାଏ ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗ ଆଗେଇ ଆସିଛି। ଶନିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଖୋର୍ଦ୍ଧା ସହରର ନୁଆ ବସଷ୍ଟାଣ୍ଡ ଠାରେ ଜଳଛତ୍ର ଖୋଲାଯାଇଛି। ସ୍ଥାନୀୟ ରାସ୍ତା ଦେଇ ଯାଉଥିବା ତୃଷାର୍ତ ବାଟୋଇମାନଙ୍କୁ ପୋଲିସ ବିଭାଗର କର୍ମଚାରୀମାନେ ପିଇବା ପାଣି ଯୋଗାଇ ଦେଉଛନ୍ତି। ଆଜିର ଏହି ଜଳଛତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତରିକ୍ତ ଏସପି ଅନାଦି ସେଠୀ, ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande