ପଶ୍ଚିମବଙ୍ଗର ଫୁଲକେନ୍ଦୁରେ  ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, 18 ଏପ୍ରିଲ (ହି.ସ. ) : ଓଡ଼ିଶାର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀନିତ୍ୟାନନ୍ଦ ଗଣ୍ଡ ପଶ୍ଚିମବଙ୍ଗର ନୂଆଗ୍ରାମ ନିର୍ବାଚନ ମଣ୍ଡଳୀର ଫୁଲକେନ୍ଦୁ ଅଞ୍ଚଳରେ ଆୟୋଜିତ ଏକ ବିଶାଳ ସଭାରେ ଯୋଗଦେଇଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ପକ୍ଷରେ ପ
ପଶ୍ଚିମବଙ୍ଗର ଫୁଲକେନ୍ଦୁରେ  ବିଜେପି             ପ୍ରାର୍ଥୀ ପାଇଁ ପ୍ରଚାର କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, 18 ଏପ୍ରିଲ (ହି.ସ. ) : ଓଡ଼ିଶାର ବିଦ୍ୟାଳୟ ଓ ଗଣ

ଶିକ୍ଷା ମନ୍ତ୍ରୀନିତ୍ୟାନନ୍ଦ

ଗଣ୍ଡ ପଶ୍ଚିମବଙ୍ଗର ନୂଆଗ୍ରାମ ନିର୍ବାଚନ ମଣ୍ଡଳୀର ଫୁଲକେନ୍ଦୁ ଅଞ୍ଚଳରେ

ଆୟୋଜିତ ଏକ ବିଶାଳ ସଭାରେ ଯୋଗଦେଇଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ

ପକ୍ଷରେ ପ୍ରଚାର କରିଛନ୍ତି।

ସଭାକୁ ସମ୍ବୋଧନ କରି ମନ୍ତ୍ରୀ ବିଜେପି ସରକାରଙ୍କ ବିଭିନ୍ନ ଜନକଳ୍ୟାଣମୂଳକ

କାର୍ଯ୍ୟ ଓ ନୀତିଗତ ସିଦ୍ଧାନ୍ତ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଓଡ଼ିଶାରେ ନୂତନ ଭାବେ ଗଠିତ

ବିଜେପି ସରକାରଙ୍କ ବିଭିନ୍ନ ହିତାକାଂକ୍ଷୀ ଯୋଜନା ବିଷୟରେ ମଧ୍ୟ ବିସ୍ତୃତ ଭାବରେ ଉପସ୍ଥାପନ

କରିଥିଲେ।

ମନ୍ତ୍ରୀ କହିଥିଲେ ଯେ,

ପଶ୍ଚିମବଙ୍ଗରେ ବିଜେପି ଶାସନକୁ ଆସିଲେ ରାଜ୍ୟର ସମଗ୍ର ବିକାଶ ଗତିଶୀଳ ହେବ ଏବଂ ସାଧାରଣ

ଲୋକଙ୍କ ମଙ୍ଗଳ ସୁନିଶ୍ଚିତ ହେବ।

ସେ ଆଶା

ବ୍ୟକ୍ତ କରିଥିଲେ ଯେ, ଏହି ସଭା

ଓ ପ୍ରଚାର ଅଭିଯାନ ସଫଳ ହେବ ଏବଂ ଆସନ୍ତା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande