ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ
ଭୁବନେଶ୍ୱର, 18 ଏପ୍ରିଲ୍ (ହି.ସ.)- ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ ଦେଖାଦେଇଛି । ୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି । ଆମ୍ବ ଖାଇବା ଅନ୍ୱେଷଣରେ ଆସି ପାହାଡ଼ରେ ଅଛନ୍ତି ୨ ଦନ୍ତା । ଦୁଇ ଦନ୍ତାଙ୍କ ନାମ ବଡ଼ ଫେରେକଟା ଓ ସାନ
ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ


ଭୁବନେଶ୍ୱର, 18 ଏପ୍ରିଲ୍ (ହି.ସ.)- ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ

ଦେଖାଦେଇଛି । ୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି । ଆମ୍ବ ଖାଇବା

ଅନ୍ୱେଷଣରେ ଆସି ପାହାଡ଼ରେ ଅଛନ୍ତି ୨ ଦନ୍ତା । ଦୁଇ ଦନ୍ତାଙ୍କ ନାମ ବଡ଼ ଫେରେକଟା ଓ ସାନ

ଫେରେକଟା । ଜନବସତି ମୁହାଁ ନହେବା ଲାଗି ବନ ବିଭାଗ ପାଟ୍ରୋଲିଂ କରୁଛି । ଭୁବନେଶ୍ୱର

ୱାଇଲ୍ଡଲାଇଫ୍ ରେଞ୍ଜରଙ୍କ ନେତୃତ୍ବରେ ୨ଟି ଟିମ୍

ନଜର ରଖିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଏହା ପୂର୍ବରୁ ଡିସେମ୍ବର ମାସରେ ହାତୀ ଏଠାକୁ

ଆସିବା ଯୋଗୁ କିଛି ଦିନ ପାଇଁ ଶିଖରଚଣ୍ଡି ମନ୍ଦିରକୁ ବନ୍ଦ ରଖାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande