ମହିଳା ଓ ଶିଶୁଙ୍କ ଗହଣରେ ସମୟ ବିତାଇଲେ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା, ଶିଶୁଙ୍କ ମାନସିକ ସ୍ଥିତି ଅନୁଧ୍ୟାନରେ ସୁଦୃଢତା ଆଣିବାକୁ ପରାମର୍ଶ
ଭଦ୍ରକ, ୧୮ ଅପ୍ରେଲ (ହି.ସ.) - ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଂଟିଆ ଭଦ୍ରକ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଶିଶୁ ଅନୁଷ୍ଠାନ, ସେବାଶ୍ରମ ଓ ଶକ୍ତି ସଦନ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଅଚାନକ ଡଗରପଡାସ୍ଥିତ ଅନୁସୂଚିତ ଜାତି ଓ ଉପଜାତି ସେବାଶ୍ରମକୁ ଯାଇ ପିଲାମାନଙ୍
SISHUNKA GAHANARE SISHU SURAKHYA AYOGA


ଭଦ୍ରକ, ୧୮ ଅପ୍ରେଲ (ହି.ସ.) - ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଂଟିଆ ଭଦ୍ରକ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଶିଶୁ ଅନୁଷ୍ଠାନ, ସେବାଶ୍ରମ ଓ ଶକ୍ତି ସଦନ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଅଚାନକ ଡଗରପଡାସ୍ଥିତ ଅନୁସୂଚିତ ଜାତି ଓ ଉପଜାତି ସେବାଶ୍ରମକୁ ଯାଇ ପିଲାମାନଙ୍କ ରହଣି ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ସେ ଫେଲୋସିପ, ନୁହାସ ଜାଗୃତି ଗୃହ (ଶକ୍ତି ସଦନ) ସହିତ ଅନ୍ୟାନ୍ୟ ଶିଶୁ ସୁରକ୍ଷା ସଂସ୍ଥାଗୁଡ଼ିକୁ ପରିଦର୍ଶନ କରି ସେଠାକାର ପରିଚାଳନା, ରହଣୀୟ ବ୍ୟବସ୍ଥା, ପୋଷଣ, ଶିକ୍ଷା ଓ ସୁରକ୍ଷା ବ୍ୟବସ୍ଥାକୁ ନିକଟରୁ ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ଶ୍ରୀମତୀ ଖୁଂଟିଆ ଶିଶୁମାନଙ୍କ ସହ ସକ୍ଷାତ୍ କରି ସେମାନଙ୍କ ଅନୁଭୂତି, ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ଭାବ ବିନିମୟ କରିଥିଲେ। ବିଶେଷ କରି ଶିଶୁମାନଙ୍କ ମାନସିକ ସ୍ଥିତିର ଅନୁଧ୍ୟାନ ଓ ସେହି ଦିଗରେ ସୁଦୃଢତା ଆଣିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ସମେତ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande