ଜଳଛତ୍ର ଟଙ୍କା ଖାଇଗଲେ ସରପଂଚଙ୍କ ସ୍ୱାମୀ, ସ୍ତ୍ରୀର କ୍ଷମତାକୁ ଅପବ୍ୟବହାର କରୁଥିବା ଅଭିଯୋଗ
ବଲାଙ୍ଗୀର, ୧୮ ଏପ୍ରିଲ୍(ହି.ସ.) – ବଳାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଖରା ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୁଷ୍ଟିରେ ରଖି ସରକାରଙ୍କ ତରଫରୁ ରାସ୍ତା ଛକ କିମ୍ବା ବଜାର ପାଖରେ ପାଣି ଛତ୍ର ଖୋଲି ପଥିକମାନଙ୍କୁ ମଜୁରିଆଙ୍କ ଦ୍ୱାରା ପାନୀୟ ଜଳ ଯୋଗାଇ ଦିଆଯାଇଥାଏ। ଏହି ପାଣି ଛତରେ ପାଣି ଦେଇଥିବା ମ
ଜଳଛତ୍ର ଟଙ୍କା ଖାଇଗଲେ ସରପଞ୍ଚଙ୍କ ସ୍ବାମୀ, ସ୍ତ୍ରୀର କ୍ଷମତାକୁ ଅପବ୍ୟବହାର କରୁଥିବା ଅଭିଯୋଗ


ବଲାଙ୍ଗୀର, ୧୮ ଏପ୍ରିଲ୍(ହି.ସ.) – ବଳାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଖରା ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୁଷ୍ଟିରେ ରଖି ସରକାରଙ୍କ ତରଫରୁ ରାସ୍ତା ଛକ କିମ୍ବା ବଜାର ପାଖରେ ପାଣି ଛତ୍ର ଖୋଲି ପଥିକମାନଙ୍କୁ ମଜୁରିଆଙ୍କ ଦ୍ୱାରା ପାନୀୟ ଜଳ ଯୋଗାଇ ଦିଆଯାଇଥାଏ। ଏହି ପାଣି ଛତରେ ପାଣି ଦେଇଥିବା ମଜୁରିଆମାନଙ୍କ ପାରିଶ୍ରମିକ ଟଙ୍କାକୁ ଅନ୍ୟ କେହି ନୁହେଁ ଖୋଦ୍ ସରପଂଚ ନିଜେ ଖାଇଯାଇଥିବା ଭଲି ଘଟଣା ବଳାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପଡା ଗ୍ରାମପଂଚାୟତରେ ଦେଖିବାକୁ ମିଲିଛି ଅଭିଯୋଗ ମୁତାବକ ଏହି ପଂଚାୟତ ଆର୍ôଥକ ବର୍ଷ ୨୦୨୫-୨୬ରେ ଇଛାପଡା ଛକ, କତରଲଗା ସାପ୍ତାହିକ ବଜାର, ଭଣ୍ଡାର ବାନ୍ଧି, ଅନ୍ତର୍ଳା ଛକ ଓ ସର୍ଗୁଳ ବୟାଉଦର ଛକ,ଏହି ଚାରିଗୋଟି ସ୍ଥାନରେ ଖରାଦିନିଆ ଜଳଛତ୍ର ଖୋଲାଯାଇଥିଲା। ଉକ୍ତ ସ୍ଥାନମାନଙ୍କରେ ତା୦୧/୦୪/୨୦୨୫ରୁ୧୫/୦୬/୨୦୨୬ରିଖ ପର୍ଯ୍ୟନ୍ତ ଜଳଛତ୍ର ରେ ପାଣି ଦେବା ବାବଦକୁ ଜଣେ ମଜୁରିଆଙ୍କୁ ପ୍ରତି ଦିନ ୩୫୨ଟଙ୍କା ହିସାବରେ ୭୬ଦିନକୁ ମୋଟ ୨୬୭୫୨(ଛବିଶ ହଜାର ସାତଶହ ବାଉବନ) ଟଙ୍କା ଦେଉଥିବା ସରକାର ଦସ୍ତାବିଜରେ ଦର୍ଶାଯାଇଛି। ହେଲେ ସବୁଠାରୁ ଦୁଃଖର ବିଷୟ ଏହାଯେ ଇଛାପଡା ସରପଂଚ ସୁବାସିନୀ ବେହେରାଙ୍କ ସ୍ୱାମୀ ଚିନ୍ତାମଣି ବେହେରା ନିଜେ ସ୍ତ୍ରୀଙ୍କ କ୍ଷମତାକୁ ଅପବ୍ୟବହାର କରି ଜଣକୁ ୨୦ ହଜାର ଟଙ୍କା ଲେଖାଏଁ ଦେଇ ବାକି ତଲ ଟଙ୍କା ଖାଇ ଯାଇଥିବା ଭଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଖୋଦ୍ ଜଳଛତ୍ରରେ ପାଣି ଦେଇଥିବା ମଜୁରିଆମାନେ ଏବିଷୟରେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଚିହିଁକି ଉଠିଥିଲେ ସରପଂଚଙ୍କ ସ୍ୱାମୀ ଚିନ୍ତାମଣି ବେହେରା। ଜଣକୁ ୨୦ହଜାର ଟଙ୍କା ଦେଇଥିବା ସ୍ୱିକାର କରିବା ସହ ଏ ବାବଦରେ ଅନ୍ୟ ପଂଚାୟତ ମାନେ ତାଙ୍କ ଠାରୁ ଆହୁରି କମ ଟଙ୍କା ଦେଇଥିବା କହି ଅନ୍ୟ ପଂଚାୟତ ଗୁଡିକୁ ମଧ୍ୟ ସେ ଇଙ୍ଗିତ କରିବା ପଛାଇ ନାହାନ୍ତି। ନିରିହ ଗରିବ ମଜୁରିଆଙ୍କ ପାରିଶ୍ରମିକ ଟଙ୍କା ଖାଇଥିବା ଇଛାପଡା ସରପଂଚଙ୍କ ଦୁର୍ନୀତି ଗ୍ରସ୍ତ ସ୍ୱାମୀ ଚିନ୍ତାମଣି ବେହେରାଙ୍କ ବିରୁଦ୍ଧରେ ପ୍ରଶାସନ କିଭଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ଜଳଛତ୍ରରେ ପାଣି ଦେଇଥିବା ମଜୁରିଆଙ୍କ ବକେୟା ପାରିଶ୍ରମିକ କେବେ ପ୍ରଦାନ କରିବ ଦେଖିବାକୁ ବାକି ରହିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande