ଚଳିତ ସିବିଏସ୍ଇ ପରୀକ୍ଷାରେ ମାଥମେଟିକାର ସଫଳତା
କେନ୍ଦ୍ରାପଡା, ୧୮ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଲ କଲେଜ୍ କଲୋନୀରେ ଥିବା ମାଥମେଟିକା କୋଚିଂସେଣ୍ଟର ଚଳିତ ଦଶମ ଶ୍ରେଣୀ ସିବିଏସ୍ଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଜଣାପଡିଛି । ଏହି ଅନୁଷ୍ଠାନରେ ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ଶତକଡା ୮୦ ରୁ ୯୦
ଚଳିତସିବିଏସ୍ଇ ପରୀକ୍ଷାରେମାଥମେଟିକାରସଫଳତା ।


କେନ୍ଦ୍ରାପଡା, ୧୮ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଲ କଲେଜ୍ କଲୋନୀରେ ଥିବା ମାଥମେଟିକା କୋଚିଂସେଣ୍ଟର ଚଳିତ ଦଶମ ଶ୍ରେଣୀ ସିବିଏସ୍ଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଜଣାପଡିଛି । ଏହି ଅନୁଷ୍ଠାନରେ ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ଶତକଡା ୮୦ ରୁ ୯୦ ପ୍ରତିଶତ ନମ୍ବର ରଖି ସମସ୍ତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି ।ଏମାନଙ୍କ ମଧ୍ୟରୁ ସାଇଶୁଭଶଙ୍କର ବିଶ୍ୱାଳ ଶତକଡା ୯୫ ପ୍ରତିଶତ ନମ୍ବର ରଖିଛନ୍ତି । ଏଥିପାଇଁ ଅନୁଷ୍ଠାନର ଶୁଶାନ୍ତ କୁମାର ସେଠୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ ଓ ସହଯୋଗ କରୁଥିବା ବ୍ୟକ୍ତିବିଶେଷଙ୍କୁ ଆୟୋଜିତ ଏକ ସଭାରେ ଧନ୍ୟବାଦ ଅର୍ପଣ କରିଛନ୍ତି । ଆୟୋଜିତ ଏହି ସଭାରେ ବିଜୟ କୁମାର ନାୟକ, ବସନ୍ତ କୁମାର ଜେନା, ମହେନ୍ଦ୍ର କୁମାର ପଟ୍ଟନାୟକ, ନରେନ୍ଦ୍ର ନାଥ ମହାରଣା, ଅଜୟ କୁମାର ନାୟକ, ବିଚିତ୍ର କୁମାର ନାୟକଙ୍କ ସମେତ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande