ଗ୍ରାମୀଣ ଲୋକକଳା ମହୋତ୍ସବ ୨୦୨୬
ବଲାଙ୍ଗୀର, ୧୮ ଏପ୍ରିଲ୍(ହି.ସ.) – ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଡିଙ୍ଗର କୁଅଁର ଖେଳ ପଡ଼ିଆ ଦୁହେଲ ଛକ ଠାରେ ଭବାନୀ ଶଙ୍କର କଳା ପରିଷଦ କୁଟେନପାଲି ଆନୁକୂଲ୍ୟରେ ଗ୍ରାମୀଣ ଲୋକକଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।
ଗ୍ରାମୀଣ ଲୋକକଳା ମହୋତ୍ସବ ୨୦୨୬


ଗ୍ରାମୀଣ ଲୋକକଳା ମହୋତ୍ସବ ୨୦୨୬


ଗ୍ରାମୀଣ ଲୋକକଳା ମହୋତ୍ସବ ୨୦୨୬


ଗ୍ରାମୀଣ ଲୋକକଳା ମହୋତ୍ସବ ୨୦୨୬


ବଲାଙ୍ଗୀର, ୧୮ ଏପ୍ରିଲ୍(ହି.ସ.) – ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଡିଙ୍ଗର କୁଅଁର ଖେଳ ପଡ଼ିଆ ଦୁହେଲ ଛକ ଠାରେ ଭବାନୀ ଶଙ୍କର କଳା ପରିଷଦ କୁଟେନପାଲି ଆନୁକୂଲ୍ୟରେ ଗ୍ରାମୀଣ ଲୋକକଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ପୁଇଁନ୍ତଲା ପଂଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ରାଜ କିଶୋର ନାଏକ, ବରିଷ୍ଠ କଳାକାର ମଧୁସୂଦନ ନାୟକ, ବ୍ରହ୍ମାନନ୍ଦ ବନଛୋର, ସୁଜିତ କୁମାର ମେର୍ଲି ଓ ଅନୁଷ୍ଠାନର ସଭାପତି ଗୋକୁଳ ବିହାରି କୁଅଁର ମଂଚାସିନ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରୋଜ ନାଏକ, ସୁଧିର ନାୟକ ଓ ଦିଲିପ କୁମାର ଦୀପ। ସାନବଡ଼ଙ୍କ ଘୁଡୁକା ନୃତ୍ୟ, ଢୋଲ ମୁହୁରି କଳା ପରିଷଦ, ଦଣ୍ଡ ନୃତ୍ୟ, ଭାଲେର ସ୍କୁଲର ଯୋଗ ନୃତ୍ୟ ବିଶେଷ ଆକର୍ଷଣ ରହିଥିଲା। ଅନୁଷ୍ଠାନ “ନୁଆଁ ସକାଳ” ନାଟକ ପରିବେଷଣ କରିଥିଲେ। ବିଶେଷ ସହଯୋଗ କରିଥିଲେ ସୁନାବିର ଠେଲା, ମୟ ବିଶି, ଯଦୁନାଥ ବାରିକ, ସୁନାଧର ବଘାର, ଫକିର ହରପାଲ, ହଳଧର ନାଗ ଓ ମନୋଜ ନାଗ। ଅନୁଷ୍ଠାନର ସଂପାଦକ ନବୀନ କିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande