ପଶ୍ଚିମବଙ୍ଗ ନୂଆଗ୍ରାମରେ ଅନୁଷ୍ଠିତ ମହିଳା ମୋର୍ଚ୍ଚା ବୈଠକରେ ଯୋଗ ଦେଲେ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ପଶ୍ଚିମବଙ୍ଗ ନୂଆଗ୍ରାମ ନିର୍ବାଚନ ମଣ୍ଡଳୀ କଡାସାହି ଗାଁରେ ଅନୁଷ୍ଠିତ ହୋଇଛି ମହିଳା ମୋର୍ଚ୍ଚା ବୈଠକ। ଶତାଧିକ ମହିଳା ଏକାଠି ହୋଇ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଜିତାଇବା ସହିତ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ବିଜୟ ଦେଇ ସରକାରରେ ଆଣିବା ପାଇଁ
tyhki7


ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ପଶ୍ଚିମବଙ୍ଗ ନୂଆଗ୍ରାମ ନିର୍ବାଚନ ମଣ୍ଡଳୀ କଡାସାହି ଗାଁରେ ଅନୁଷ୍ଠିତ ହୋଇଛି ମହିଳା ମୋର୍ଚ୍ଚା ବୈଠକ। ଶତାଧିକ ମହିଳା ଏକାଠି ହୋଇ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଜିତାଇବା ସହିତ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ବିଜୟ ଦେଇ ସରକାରରେ ଆଣିବା ପାଇଁ ଦୃଢ଼ ପଣ କରିଛନ୍ତି। ଏହି ବୈଠକରେ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ।

ଏସମ୍ପର୍କରେ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ମହିଳାଙ୍କ ବିକାଶ, ନାରୀ ସଶକ୍ତିକରଣ, ମହିଳାଙ୍କ ସ୍ୱାଭିମାନ ଓ ମହିଳାଙ୍କୁ ଯଦି ତାଙ୍କର ଉଚିତ୍ ହକ କିଏ ପ୍ରଦାନ କରିଛି ଏବଂ କରୁଛି ସେ ହେଉଛି ଭାରତୀୟ ଜନତା ପାର୍ଟି। ନାରୀ ଶକ୍ତି ବନ୍ଦନ ଅଧିନିୟମର ପରିକଳ୍ପନା ଏହାର ସବୁଠୁ ବଡ଼ ଉଦାହରଣ।

କେନ୍ଦ୍ରରେ ବିଜେପି ସରକାର ନାରୀ ସଶକ୍ତିକରଣ ପାଇଁ ଐତିହାସିକ ପଦକ୍ଷେପ ନେଉଥିବା ବେଳେ, ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ସରକାର ଗଢିବା ପାଇଁ ସମସ୍ତ ମହିଳା ଏବେ ଅଂଟା ଭିଡ଼ିଛନ୍ତି। ନିଶ୍ଚୟ ଭାବେ ଏଥର ବିଜେପିର ବିଜୟ ନିଶ୍ଚିତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande