


ବଲାଙ୍ଗିର, ୧୮ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ବନ ବିଭାଗର ଆଗଧାଡ଼ିର କର୍ମଚାରୀଙ୍କ ବଗିଚା ପରିଚାଳନା, ନର୍ସରୀ ପରିଚାଳନା ଏବଂ ଏସଏମ୍ ସି କାର୍ଯ୍ୟକଳାପ ଉପରେ କର୍ମଶାଳା ୧୭ ତାରିଖରେ ବଲାଙ୍ଗିର ବନ ଡିଭିଜନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ସନ୍ତୋଷ ଯୋଶୀ, (ଭରତୀୟ ବନ ସେଵା), ଆର ସି ସି ଏଫ ଭବାନୀପାଟଣା ଅଧ୍ୟକ୍ଷତା କରିଥିଲେ। ଭୂପେନ୍ଦ୍ର ସିଂହ ନାଏକ ପ୍ରମୁଖ ବୈଜ୍ଞାନିକ, ଆଇସିଏ ଆର ଆଇ ଆଇ ଏସ ଡବ୍ଲୁସି ସୁନାବେଡା କୋରାପୁଟ ଉପରୋକ୍ତ କର୍ମଶାଳାରେ ସାଧନ ବ୍ୟକ୍ତି ଭାବରେ ଯୋଗ ଦେଇଥିଲେ ଏବଂ ବିଷୟଗୁଡ଼ିକ ଉପରେ ତାଙ୍କର ଅନ୍ତର୍ଦୃଷ୍ଟିପୂର୍ଣ୍ଣ ବୈଷୟିକ ଚିନ୍ତାଧାରା ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ