ପୁରୀ ଜିଲ୍ଲା ସି ଏମ୍ ଟ୍ରଫି ଉଦଘାଟିତ
ପୁରୀ, ୧୮ ଏପ୍ରିଲ୍ (ହି.ସ.)- ଆଜି ପୂର୍ବାହ୍ନ ଦୁଇ ଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଥିବା ସିଏମ ଟ୍ରଫି ପୁରୀ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ, ତାଳବଣିଆ ଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ସମାରୋହରେ ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପତିହାରୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି
ପୁରୀ ଜିଲ୍ଲା ସି ଏମ୍ ଟ୍ରଫି ଉଦଘାଟିତ।


ପୁରୀ, ୧୮ ଏପ୍ରିଲ୍ (ହି.ସ.)- ଆଜି ପୂର୍ବାହ୍ନ ଦୁଇ ଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଥିବା ସିଏମ ଟ୍ରଫି ପୁରୀ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ, ତାଳବଣିଆ ଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ସମାରୋହରେ ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପତିହାରୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ମୁଖ୍ୟ ବକ୍ତା ପୁରୀ ମହାନଗର ନିଗମର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସମ୍ମାନିତ ଅତିଥି ଭାବେ ଭାରତୀୟ ଖୋ ଖୋ ମହାସଂଘ ତଥା ଓଡ଼ିଶା ଖୋ ଖୋ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା କ୍ରୀଡ଼ା ସାଂସଦ ଉପ ସଭାପତି ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ଯୋଗଦେଇ ସରକାରଙ୍କ ଲୋକାଭିମୁଖୀ ତଥା ତୃଣମୂଳ ସ୍ତରରେ କୋମଳମତି କ୍ରୀଡ଼ାବିତ୍ ମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ। ଏହି ପ୍ରୟାସ ପାଇଁ ଆଗାମୀ ଦିନରେ ବଡ ବଡ କ୍ରୀଡା ପ୍ରତିଯୋଗିତାରେ ଓଡିଶା ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିବ ବୋଲି ସେମାନେ କହିଥିଲେ। କ୍ରୀଡ଼ାବିତ୍ ମାନଙ୍କ ମାର୍ଚ୍ଚ ପାଷ୍ଟ ରେ ଓଡ଼ିଶୀ ନୃତ୍ୟାଙ୍ଗନା, ଯାଦୁଗର, ଗରିଲା କଣ୍ଢେଇ ପ୍ରଭୃତି ଯୋଗଦେଇ କ୍ରୀଡ଼ା ମହୋଲକୁ ଆକର୍ଷଣୀୟ କରିଥିଲେ। ଉଦଘାଟନରେ ଶାନ୍ତିର ପ୍ରତୀକ କପୋତକୁ ଉଡ଼ାଇ ଥିଲେ। ଇ. ବି. ଦାସଙ୍କ ଦ୍ୱାରା ମ୍ୟାଜିକ ସୋ ବିମୁଗ୍ଧ କରିଥିଲା ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ। ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

ଏହି ପ୍ରତିଯୋଗିତାରେ ଖୋ ଖୋ ରେ ୬ ଟି ବାଳିକା ଦଳ ଅଂଶଗ୍ରହଣ କରି ଥିଲେ । ଖୋ ଖୋ ରେ ଡେଲାଙ୍ଗ ବ୍ଳକ୍ କେ. ପି. ପି ଚାମ୍ପିଅନ୍ସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅମାଳଙ୍ଗ ଉ.ପ୍ରା. ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଚନ୍ଦେଶ୍ୱରି ଉ.ପ୍ରା. ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଗାମୀ ଦିନରେ ରାଜ୍ୟସ୍ତରୀୟ ଜୋନ୍ ପାଇଁ ଚୂଡ଼ାନ୍ତ ବାଳିକା ଦଳ ଚୟନ କରାଯାଇ ସମ୍ପାଦକଙ୍କୁ ହସ୍ତାନ୍ତର କରାଯିବ। ପ୍ରତ୍ୟୁଷରୁ ଫୁଟବଲ ଖେଳର ଖେଳାଳୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗଦେଇ ଉତ୍ସାହିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande