
ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ଓକାକ ମାଧ୍ୟମରେ ଟେଣ୍ଡରକରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଆଇଟି ସଚିବ ବିଶାଳ କୁମାର ଦେବ, ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓଡ଼ିଶାର ରାଜସ୍ୱରୁ କୋଟି କୋଟି ଟଙ୍କା ହଡ଼ପ କରିବାପାଇଁ ଚକ୍ରନ୍ତ କରିଛନ୍ତି ବୋଲି ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଅଭିଯୋଗ କରିଛନ୍ତି । ୧୨୮ଟି ଆଦର୍ଶ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରି ସେଥିରୁ ଅର୍ଥ ହରିଲୁଟ କରିବାପାଇଁ ଏକ ଠକ କମ୍ପାନୀ ଆଇଏନପି ଟେକ୍ନୋଲୋଜିସ ଲିମିଟେଡକୁ କାର୍ଯ୍ୟାଦେଶ ଦିଆଯିବାର ବ୍ୟବସ୍ଥା ସରିଛି । ଏହି କମ୍ପାନୀ ଏହି ଧଳାହାତି ମାନଙ୍କୁ ସନ୍ତୁଷ୍ଟ କରି କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରିବ ଏବଂ ନିମ୍ନମାନର କାର୍ଯ୍ୟକରି ଏମାନଙ୍କ ଲାଞ୍ଚଦେବ । ଏହି କମ୍ପାନୀ ନାମରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ମଧ୍ୟ ରହିଛି । ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏହି ଦୁର୍ନିତି ବିରୁଦ୍ଧରେ ଆସନ୍ତା ୨୧ ଅପ୍ରେଲ ମଙ୍ଗଳବାର ଦିନ ଆଇଟି ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଆଇଟି ସଚିବ ବିଶାଳ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ କରାଯିବାପାଇଁ ସ୍ଥିର ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କେଦାର ଦଳେଇ, ଜାଭେଦ ଅକତର ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା