ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ନିମନ୍ତେ ଡ୍ରିଙ୍କ ଫ୍ରମ୍ ଟ୍ୟାପ ପ୍ରକ୍ଳପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ
ଖୋର୍ଦ୍ଧା, 02 ଏପ୍ରିଲ୍ (ହି.ସ.) ଜିଲ୍ଲା ସଦର ମହକୁମା ୱାଟକୋ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ସହର ରେ ଥିବା ସମସ୍ତ ୱାଡ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାରଙ୍କର ଅତ୍ୟାବଶ୍ୟକ ମୌଳିକ ସେବା ଅଭିନବ ଯୋଜନା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ
Supply


ଖୋର୍ଦ୍ଧା, 02 ଏପ୍ରିଲ୍ (ହି.ସ.) ଜିଲ୍ଲା ସଦର ମହକୁମା ୱାଟକୋ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ସହର ରେ ଥିବା ସମସ୍ତ ୱାଡ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାରଙ୍କର ଅତ୍ୟାବଶ୍ୟକ ମୌଳିକ ସେବା ଅଭିନବ ଯୋଜନା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଶୁଭ ଶିଳାନ୍ୟାସ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଅଛି l ନିଜ ଅଭିଭାଷଣରେ ମାନ୍ୟବର ସାଂସଦ କହିଲେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ପାନୀୟଜଳ ଆମର ସବୁଠାରୁ ବଡ଼ ମୌଳିକ ଆବଶ୍ୟକତା ଅଛି l ଖୋର୍ଦ୍ଧା ସହର ବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଆଜି ,୨୭,୭୬,୮୧,୫୩୩.୦୦ ମୁଲ୍ୟ ବ୍ୟୟ ଅଟକଳ ରେ ଏକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଖୋର୍ଦ୍ଧା ବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ଯାହା ପାନୀୟ ଜଳ ଯୋଗାଣରେ ସରକାରଙ୍କର ବଡ଼ ଯୋଜନା ଯେଉଁ ସେବା ଆପଣ ଉପଲବ୍ଧ କରିବାକୁ ଯାଉଛନ୍ତି ବୋଲି ସାଂସଦ ପ୍ରକାଶ କରିବାସହ ଖୋର୍ଦ୍ଧା ସହରକୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସାଂସଦ ଉଦବୋଧନ ରଖିଥିଲେ l ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗ ଦେଇ କହିଲେ ୬୬ ବର୍ଷ ପରେ ଖୋର୍ଦ୍ଧା ପୌର ପରିଷଦର ନୂଆ କଳେବର ଆରମ୍ଭ ହୋଇଯାଇଛି l ଖୋର୍ଦ୍ଧା ସହରକୁ ସର୍ବାଙ୍ଗ ସୁନ୍ଦର କରି ଗଢି ତୋଳିବା ଏବଂ ସହର ବାସୀଙ୍କୁ ସମସ୍ତ ମୌଳିକ ସେବା ଯୋଗାଇଦେବା ପାଇଁ ମାନ୍ୟବର ସାଂସଦଙ୍କ ପ୍ରଚେଷ୍ଟାକୁ ସେ ସମ୍ମାନ ଜଣାଇଥିଲେ l ପ୍ରକାଶ ଥାଉକି ଖୋର୍ଦ୍ଧା ପୌର ପରିଷଦର ୨୨ ଟି ୱାର୍ଡ ର ୬୦,୨୦୦ ଜନସଂଖ୍ୟା ତଥା ୮୯୪୭ ଘରକୁ ପିଇବା ପାଣି ଯୋଗାଇଦିଆଯିବ l ୱାଟକୋ କାର୍ଯ୍ୟାଳୟ ପରିସରରେ ୬୦ ଲକ୍ଷ ଲିଟର ମୁଖ୍ୟ ଜଳ ଭଣ୍ଡାର ଓ ଭାଲିଆବାଡ଼ି ଏବଂ ଜେମାଦେଇ ଠାରେ ୧୫ ଲକ୍ଷ ଲିଟର ଦୁଇଟି ପାଣି ଟାଙ୍କି ନିର୍ମାଣ ହେବ l ସ୍ୱୟଂ ଚାଳିତ କାଡା ପଦ୍ଧତିରେ ଜଳ ଯୋଗାଇ ଦିଆଯିବ ।ଅତିରିକ୍ତ ୫୦୦ ଘରକୁ ତଥା ୫୦୦୦ ଲୋକ ଉପକୃତ ହେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି l ଏଇ ଶିଳା ନ୍ୟାସ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି , ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ମହାପ୍ରବନ୍ଧକ, ୱାଟକୋ ଖଣ୍ଡ ୨, ଭୁବନେଶ୍ୱର ଈଂ ରାଜେନ୍ଦ୍ର ସେଠୀ ମଞ୍ଚାଷିନ ରହି ଥିବା ବେଳେ ସମସ୍ତ କର୍ପୋରେଟର, ସହରର ଜନସାଧାରଣ, ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ,ଜନପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande