ବିଦ୍ୟାଳୟ ସମ୍ମୁଖରେ ମାଳ ମାଳ ବ୍ୟାନର
ଭଦ୍ରକ, ୩ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲାର ଦ୍ୱୀତିୟ ସର୍ବପୁରାତନ ଶିକ୍ଷାନୁଷ୍ଠାନ ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିର ବହୁ ଶୈକ୍ଷିକ ଶିକ୍ଷାର ଗୁରୁତ୍ୱ ବହନ କରୁଛି । ଏହି ବିଦ୍ୟାମନ୍ଦିରରେ ଶିକ୍ଷାଦାନ କରି ବହୁ ଛାତ୍ର ଦେଶ ବିଦେଶରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇ ପାରିଛନ୍ତି । ନବ ଉତ୍କଳ
VIDYALAYA SAMUKHARE MALA MALA BANNER


ଭଦ୍ରକ, ୩ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲାର ଦ୍ୱୀତିୟ ସର୍ବପୁରାତନ ଶିକ୍ଷାନୁଷ୍ଠାନ ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିର ବହୁ ଶୈକ୍ଷିକ ଶିକ୍ଷାର ଗୁରୁତ୍ୱ ବହନ କରୁଛି । ଏହି ବିଦ୍ୟାମନ୍ଦିରରେ ଶିକ୍ଷାଦାନ କରି ବହୁ ଛାତ୍ର ଦେଶ ବିଦେଶରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇ ପାରିଛନ୍ତି । ନବ ଉତ୍କଳ ନିର୍ମାତା ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ପିତାଙ୍କ ନାମରେ ନାମିତ ଏହି ବିଦ୍ୟା ମନ୍ଦିରର ପାରିପାଶ୍ୱର୍ିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନରୋମ ଅଟେ । ସୁନ୍ଦର ଓ ସ୍ମାର୍ଟ ଶ୍ରେଣୀଗୃହ ସାଙ୍ଗକୁ ପାଚେରୀ ଓ ବଗିଚା ବେଶ ଆକର୍ଷଣୀୟ ଥିବା ବେଳେ କିଛି ମୃଷ୍ଟିମେୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନ ନିଜର ବ୍ୟବସାୟ ମନୋଭାବକୁ ଚରିର୍ଥାତ କରିବା ଆଶାରେ ନିଜ କମ୍ପାନୀ ଓ ଅନୁଷ୍ଠାନର ବଡ ବଡ ବ୍ୟାନର ପାଚେରୀ ସମ୍ମୁଖରେ ଲଗାଇ ବିଦ୍ୟାଳୟ ଶୌକ୍ଷିକ ବାତାବରଣକୁ ନଷ୍ଟ କରୁଥିବାରୁ ଏହାକୁ ବୁଦ୍ଧିଜିବୀ ମାନେ ନାପସନ୍ଦ କରିଛନ୍ତି । ଉକ୍ତ ବିଦ୍ୟାମନ୍ଦିରର ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁ, ଅର୍ଜୁନ ଚରଣ ସେଠୀ,ବିଶିଷ୍ଟ ଅର୍ଥନିତୀଜ୍ଞ ବୈଦନାଥ ମିଶ୍ରଙ୍କ ପରେ ଅନେକ ବିଶିଷ୍ଟ ବ୍ୟକ୍ତି ଶିକ୍ଷାଦାନ କରି ଭାରତରେ ସୁନାମ ଅର୍ଜନ କରିଛନ୍ତି । ଏହି ବିଦ୍ୟାମନ୍ଦିରର ଉନ୍ନତି ନିମନ୍ତେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସେଠୀ ତାଙ୍କ ନିଜସ୍ୱ ସାଂସଦ ଅନୁଦାନ ପାଣ୍ଠିରୁ ଏକକାଳୀନ ୧ କୋଟି ୯ ଲକ୍ଷ ଟଙ୍କା ଯୋଗାଇ ଦେଇ ବିଦ୍ୟାମନ୍ଦିରର ସର୍ବାଙ୍ଗୀନ ଉନ୍ନତି କରିଥିଲେ ଯାହାକି ବିରଳ ଘଟଣା ଅଟେ । ପୂର୍ବ ସରକାରଙ୍କ ସୁଦୂର ପ୍ରସାରୀ ଯୋଜନା ୫ ଟି ମାଧ୍ୟମରେ ବିଦ୍ୟାଳୟ ଶ୍ରୀବୃଦ୍ଧି ହୋଇ ଜିଲ୍ଲାରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଦଣ୍ଡାୟମାନ । ହେଲେ ବିଦ୍ୟାଳୟ ସମ୍ମୁଖରେ ଲାଗିଥିବା ବିଭିନ୍ନ ରାଜନୈତିକ, ବ୍ୟକ୍ତିଗତ ଓ ବ୍ୟବସାୟିକ ବ୍ୟାନର ଗୁଡିକ ବିଦ୍ୟାଳୟ ଗୌରବକୁ ନଷ୍ଟ କରୁଥୁବା ବେଳେ ଶୈକ୍ଷିକ ବାତାବରଣକୁ କଳୁଷିତ କରୁଛି । ସେଥିପ୍ରତି ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନିକ ସ୍ତରରେ ଦୃଷ୍ଟି ନଦେବା ଅଚଂଳବାସୀଙ୍କୁ ବ୍ୟଥିତ କରଛି । ଏହି ବିଦ୍ୟା ମନ୍ଦିରର ଗାରିମା ମୟ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଅଚଂଳବାସୀ ଦାବୀ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande