ବଲାଙ୍ଗିର ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ
ବଲାଙ୍ଗିର, 02 ଏପ୍ରିଲ୍ (ହି.ସ.) କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ଆହ୍ୱାନ ରେ ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରତ୍ୟାହାର ଦାବିରେ ଦେଶ ବ୍ୟାପି ପ୍ରତିବାଦ ଦିବସ ଅବସରରେ ବଲାଙ୍ଗିର ଏଆଇଟିୟୁସି ପକ୍ଷରୁ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ନେତୃତ୍ୱରେ ଉଭୟ ମହିଳା ଓ ପୁରୁଷ ଶ୍ରମିକମାନଙ୍
ବଲାଙ୍ଗିର ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ


ବଲାଙ୍ଗିର, 02 ଏପ୍ରିଲ୍ (ହି.ସ.)

କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ଆହ୍ୱାନ ରେ ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରତ୍ୟାହାର ଦାବିରେ ଦେଶ ବ୍ୟାପି ପ୍ରତିବାଦ ଦିବସ ଅବସରରେ ବଲାଙ୍ଗିର ଏଆଇଟିୟୁସି ପକ୍ଷରୁ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ନେତୃତ୍ୱରେ ଉଭୟ ମହିଳା ଓ ପୁରୁଷ ଶ୍ରମିକମାନଙ୍କ ଏକ ଶୋଭାଯାତ୍ରା ସ୍ଥାନୀୟ କୋଶଲ କଳା ମଣ୍ଡପ ପଡିଆ ଗେଟରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରମିକ ନେତାମାନେ ମୋଦି ସରକାରଙ୍କ ଶ୍ରମିକ ମାରଣା ନୀତି ବିରୁଦ୍ଧରେ କଡା ସମାଲୋଚନା କରି ତୁରନ୍ତ ଶ୍ରମିକ ବିରୋଧୀ ୪ଟି କଳା ଶ୍ରମ କୋଡ ପ୍ରତ୍ୟାହାର କରି ୪୪ଟି ଶ୍ରମ ଆଇନ ପ୍ରଣୟନ କରିବାକୁ ମତବ୍ୟକ୍ତ କରିଥିଲେ । ମୋଦି ସରକାର କେବଳ ପୁଞ୍ଜିପତିମାନଙ୍କ ସ୍ୱାର୍ଥ କୁ ଆଖି ଆଗରେ ରଖି ଦେଶର ଅଗଣିତ ଶ୍ରମଜିବୀମାନଙ୍କ ହକ୍ ଓ ଅଧିକାର ଗୁଡିକୁ ଛଡେଇ ନେଇ ସେମାନଙ୍କ ଭବିଷ୍ୟତ କୁ ଅନ୍ଧକାର କୁ ଠେଲି ଚାଲିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଶ୍ରମିକ ବିରୋଧୀ ୪ଟି କଳା ଶ୍ରମ କୋଡ କେନ୍ଦ୍ର ସରକାର ଶିଘ୍ର ପ୍ରତ୍ୟାହାର କରି ୪୪ଟି କଷ୍ଠଲବ୍ଧ ଶ୍ରମ ଆଇନ ପୁଣି ଲାଗୁ କରିବା ପାଇଁ ପାଇଁ ଭାରତ ର ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ମେମୋରେଣ୍ଡମ ପ୍ରଦାନ କରିଥିଲେ । ଏଥିରେ ଜଗବନ୍ଧୁ ବେହେରା, ପୁରୁଷୋତ୍ତମ କର୍ମୀ, ମାଧବୀ କଲତା, ପାଣ୍ଡବ ଭୋଇ, ଓମୀ ଗୁପ୍ତା, କମଲ ଲୋଚନ ଭୋଇ, ନମିତା ପଟେଲ, ପଙ୍କଜିନୀ ବାଗ, ରସିକ ରଣା, କ୍ଷେତ୍ରମୋହନ ସାହୁ, ବାସନ୍ତୀ ରଣା ପ୍ରମୁଖ ଯୋଗ ଦେଇ ମତବ୍ୟକ୍ତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande