



ସମ୍ବଲପୁର,୦୨, ଏପ୍ରିଲ୍ (ହି.ସ.) - ସମ୍ବଲପୁର କୋର୍ଟ ପରିସରରେ ଆଜି ପୁଣି ଥରେ ବୋମା ଆତଙ୍କର ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ବମ୍ ଡିସ୍ପୋଜାଲ ସ୍ୱାର୍ଡ, ସନ୍ଧାନୀ କୁକୁର ସମଗ୍ର କୋର୍ଟ ପରିସରକୁ ତନତନ ଯାଂଚ କରିଥିଲା । ଏପରିକି ଅଗ୍ନିଶମ ବାହିନୀ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ରହିଥିଲା । ତେବେ ସମସ୍ତ ଯାଂଚ ପରେ କୌଣସି ସନ୍ଦେହ ଜନକ ସାମଗ୍ରୀ ମିଳିନଥିଲା। ଗତ କିଛି ଦିନ ଧରି ବିଭିନ୍ନ ସମୟରେ କୋର୍ଟ ପରିସରକୁ ବୋମାମାଡ଼ର ଟାର୍ଗେଟ ଥିବା ଧମକ ମିଳୁଥିବା ବେଳେ ଏହା ପଛରେ କେଉଁ ଅଦୃଶ୍ୟ ଅସାମାଜିକ ତତ୍ୱ ସମ୍ପୃକ୍ତ ତୁରନ୍ତ ଏହାର ତଦନ୍ତ କରି ଲୋକଲୋଚନକୁ ଆଣିବା ପାଇଁ ସାଧାରଣରେ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ