ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଆଧ୍ୟାତ୍ମିକ ସମାବେଶ
ବଲାଙ୍ଗୀର, ୦୨ ଏପ୍ରିଲ୍ (ହି.ସ.)- ବିଶିଷ୍ଟ ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି,ବଲାଙ୍ଗିର ପକ୍ଷରୁ ପାର୍ବତୀଗିରି ବାଳ ନିକେତନ, ଶିଶୁ ଯତ୍ନ ଅନୁଷ୍ଠାନ, ପଥରଚେପା, ବଲାଙ୍ଗୀର ଠାରେ ଏକ ଆଧ୍ୟାତ୍ôମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହ
ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଆଧ୍ୟାତ୍ମିକ ସମାବେଶ


ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଆଧ୍ୟାତ୍ମିକ ସମାବେଶ


ବଲାଙ୍ଗୀର, ୦୨ ଏପ୍ରିଲ୍ (ହି.ସ.)- ବିଶିଷ୍ଟ ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି,ବଲାଙ୍ଗିର ପକ୍ଷରୁ ପାର୍ବତୀଗିରି ବାଳ ନିକେତନ, ଶିଶୁ ଯତ୍ନ ଅନୁଷ୍ଠାନ, ପଥରଚେପା, ବଲାଙ୍ଗୀର ଠାରେ ଏକ ଆଧ୍ୟାତ୍ôମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମିତିର ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର ଆଦର୍ଶ ଜୀବନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମାବେଶରେ ଉପ-ସଭାପତି ସୀତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, କୋଷାଧ୍ୟକ୍ଷ ସରିତା ସାହୁ, ଉପଦେଷ୍ଟା ବିଭୂତି ଭୂଷଣ ମିଶ୍ର, ବାସନ୍ତୀ ଆଚାର୍ଯ୍ୟ, ବାସ୍ନାରାଣୀ ନାୟକ ତଥା ସଭ୍ୟ ମନୀଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଭୁତି ଭୂଷଣ ମିଶ୍ର ସ୍ୱାଗତ ଅଭିଭାଷଣ ଏବଂ ସୀତାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏହି ସମିତି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande