
ଗଞ୍ଜାମ, ୨ ଅପ୍ରେଲ (ହି.ସ.)- ଅନ୍ୟତମ ପୁରାତନ ସାରସ୍ବତ ଅନୁଷ୍ଠାନ ମହେନ୍ଦ୍ର କଳା ସାହିତ୍ୟ ସଂସଦର ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ପଣ୍ଡାଙ୍କ ଦ୍ବାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭାବ୍ରହ୍ମପୁର ହିଲପାଟଣା ସ୍ଥିତ ଶ୍ରୀ ଗଣେଶ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭାରେ କବି ଦିନବନ୍ଧୁ ଶ୍ରୀପଲ୍ଲବ, କବି ନୀଳକଣ୍ଠ ସାହୁ, ସ୍ବର୍ଗତ ପଣ୍ଡାଙ୍କ ସାନ ଭଉଣୀ ତଥା ଅନ୍ୱେଷା କଳାକେନ୍ଦ୍ର ପ୍ରତିଷ୍ଠାତ୍ରୀ ଉଷାରାଣୀ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସ୍ବର୍ଗତା ପଣ୍ଡାଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରାଯାଇ ଆତ୍ମାର ସଦଗତି କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା। ବରିଷ୍ଠ କଣ୍ଠଶିଳ୍ପୀ ତଥା ସାମ୍ବାଦିକ ସୁଦୀପ ସାହୁ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ସ୍ବର୍ଗତା ପଣ୍ଡା ତାଙ୍କ ପିତା ତଥା ମହେନ୍ଦ୍ର କଳା ସାହିତ୍ୟ ସଂସଦର ପୂର୍ବତନ ସଭାପତି ସ୍ବର୍ଗତ ଉଦୟ ନାଥ ମହାପାତ୍ରଙ୍କ ଦେହାନ୍ତ ପରେ ଅନୁଷ୍ଠାନ କାର୍ଯ୍ୟକ୍ରମକୁ ଦୀର୍ଘ ବର୍ଷ ଧରି ଉଜ୍ଜିବିତ ରଖି ରଖିଥିଲେ ଏବଂ ସେ ନିଜେ ଅସୁସ୍ଥ ରହି ମଧ୍ୟ ସାହିତ୍ୟ ସଭା ଏବଂ ସାହିତ୍ୟ ରଚନା ସହ ବରେଣ୍ୟ ବରପୁତ୍ର ମାନଙ୍କର ସ୍ମୃତି ଚାରଣ ସଭା ଅନୁଷ୍ଠିତ କରାଇ ଆସୁଥିଲେ ବୋଲି ଏଠାରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ପୌରୋହିତ୍ୟ କରିଥିବା ବରିଷ୍ଠ କବି ସ୍ବର୍ଗତ ଉଦୟ ନାଥ ମହାପାତ୍ର ଏବଂ ତାଙ୍କ ପରିବାର ସହିତ ରହିଥିବା ପାରିବାରିକ ସମ୍ପର୍କ ଓ ସାରସ୍ବତ ସମ୍ପର୍କରେ ଭାବପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। ଦିନବନ୍ଧୁ ଶ୍ରୀପଲ୍ଲବ ସ୍ବର୍ଗତ କବି ଉଦୟ ନାଥ ମହାପାତ୍ର ସାହିତ୍ୟ ପ୍ରତି ରହିଥିବା ଅବଦାନ ସମ୍ପର୍କରେ ଆଲୋଚନା କରି ସ୍ବର୍ଗତା ପଣ୍ଡା ଯଥାର୍ଥ ପିତାଙ୍କ ଉପଯୁକ୍ତ ଦାୟଦ ବୋଲି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବି ନୀଳକଣ୍ଠ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ଚାରଣ କବିତା ପାଠୋତ୍ସବରେ ପଣ୍ଡିତ ବିଶ୍ୱନାଥ ରଥ, ଅରୁଣ କୁମାର ପାତ୍ର, ବଂଶୀଧର ସେଠୀ, ଶ୍ରୀମତି ସୁଧାଞ୍ଜଳି ମିଶ୍ର, ଶ୍ରୀମତୀ ପଦ୍ମିନୀ ମିଶ୍ର, ଶ୍ରୀମତୀ ବନ୍ଦନା ମହାପାତ୍ର, ପ୍ରହଲ୍ଲାଦ ବେହେରା, ପ୍ରଫୁଲ୍ଲ ତ୍ରିପାଠୀ, ପ୍ରମୁଖ କବି କବୟିତ୍ରୀ ମାନଙ୍କ ସମେତ ସ୍ବର୍ଗତା ପଣ୍ଡାଙ୍କ ବଡ ଭାଇ ଉମାଶଙ୍କର ମହାପାତ୍ର ଦୁଇ କନ୍ୟା ଗୀତା ଓ ମିତା ଦୁଇ ଜାମାତା ଚିତ୍ତରଂଜନ ପଣ୍ଡା, ଓ ସୌମ୍ୟରଞ୍ଜନ ପଣ୍ଡା ଦୁଇ ନାତି ଆଂଶିକ ପ୍ରିୟ ଦର୍ଶୀ ,ସାତ୍ତ୍ୱିକ ରଞ୍ଜନ,ଏବଂ ଗୀତାଞ୍ଜଳି ପଣ୍ଡା, ମାନସ ରଞ୍ଜନ ତ୍ରିପାଠୀ, ସନତ କୁମାର ପଣ୍ଡା, ମନୋଜ ସାମଲ, ସୁଶିଲ ପ୍ରଧାନ ପୂର୍ଣ୍ଣଚନ୍ଦ୍ର ପତି,ଡାକ୍ତର ହୃଷିକେଶ ମହାନ୍ତିସାମ୍ବାଦିକ, ସୀମାଞ୍ଚଳ ପ୍ରସାଦ ବିଷୋୟୀ, ହାଡ଼ିବନ୍ଧୁ ମାଳି ପ୍ରମୁଖ ବନ୍ଧୁ ପରିଜନ ଉପସ୍ଥିତ ରହି ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଷାରାଣୀ ମହାପାତ୍ର ଉପସ୍ଥିତ ସମସ୍ତ ସାହିତ୍ୟିକ କବି, କବୟିତ୍ରୀ ଥିଲେ ପରିଜନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍ବର୍ଗତା ପଣ୍ଡାଙ୍କ ସ୍ମୃତି ବିଜଡ଼ିତ ସ୍ମରଣିକା ସ୍ମୃତି ଫୁଲ ଟିଏ ଲୋକାର୍ପଣ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ