ଯୁବ କୁଲୁତା ସମାଜ ତରପରୁ କୁଲୁତା ଦିବସ
ବଲାଙ୍ଗୀର, ୦୨ ଏପ୍ରିଲ୍ (ହି.ସ.)- ବଲାଙ୍ଗୀର ଜିଲ୍ଲା କୁଲୁତା ସମାଜ ତରରୁ ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ ଅସିମ କରାଟେ ଏକାଡେମୀ ରେ ଚୈତ୍ର ପୂର୍ଣ୍ଣିମା ଅବସରରେ କୁଲୁତା ଦିବସ ବଡ ସମାରୋହ ସହ ପାଳିତ ହୋଇଯାଇଛି। ଏ ଅବସରରେ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜର ଏ ବର୍ଷା ଋତୁରେ ତିନି ହଜାର ବୃକ୍ଷ
ଯୁବ କୁଲୁତା ସମାଜ ତରପରୁ କୁଲୁତା ଦିବସ


ବଲାଙ୍ଗୀର, ୦୨ ଏପ୍ରିଲ୍ (ହି.ସ.)- ବଲାଙ୍ଗୀର ଜିଲ୍ଲା କୁଲୁତା ସମାଜ ତରରୁ ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ ଅସିମ କରାଟେ ଏକାଡେମୀ ରେ ଚୈତ୍ର ପୂର୍ଣ୍ଣିମା ଅବସରରେ କୁଲୁତା ଦିବସ ବଡ ସମାରୋହ ସହ ପାଳିତ ହୋଇଯାଇଛି। ଏ ଅବସରରେ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜର ଏ ବର୍ଷା ଋତୁରେ ତିନି ହଜାର ବୃକ୍ଷ ରୋପଣ କରିବ ବୋଲି ଯୁବ କୁଲୁତା ସମାଜର ସଦସ୍ୟଗଣ ଇଷ୍ଟଦେବୀ ରାମଚଣ୍ଡିଙ୍କ ଠାରେ ସାମୁହିକ ପ୍ରତିଜ୍ଞା କରିଥିଲେ। ଏହି ସମାରୋହରେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ସଂପାଦକ ଭୁବନେଶ୍ୱର ଭୋଇ, ଉପସଭାପତି ପ୍ରଫୁଲ୍ଲ ପ୍ରଧାନ, ପ୍ରେମ ସାହୁ, ଦେଓଗାଁ ବ୍ଲକ ଉପସଭାପତି ଅସୀତ ରଂଜନ ସାହୁ, ଅରୁଣ ବିଶ୍ୱାଳ, ସୁବ୍ରତ ପାତ୍ର, ଲୋଇସିଂହା ବ୍ଲକ ଉପସଭାପତି ସରୋଜ ପ୍ରଧାନ, ବଲାଙ୍ଗୀର ବ୍ଲକ ମହିଳା ଶାଖା ଉପସଭାପତି ପୁଷ୍ପମା ପ୍ରଧାନ, ସହ ସଂପାଦିକା ସୁଧାରଣୀ ବିଶ୍ୱାଲ, ୟୁହାନ ଭୋଇ, ପିୟୁସ ଭୋଇ, କୁମୁଦିନୀ ଭୋଇ ସମେତ ବିଭିନ୍ନ ବ୍ଲକ ର ସଦସ୍ୟ ସଦସ୍ୟା ଯୋଗଦାନ ଦେଇଥିଲେ। ଏଥିରେ ପୁଷ୍ପମା ପ୍ରଧାନ ପୂଜାର୍ଚ୍ଚନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande