
ସୁବର୍ଣ୍ଣପୁର, 02 ଏପ୍ରିଲ୍ (ହି.ସ.)
ସୁବର୍ଣ୍ଣପୁରର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ମୁଁ ସୁଶ୍ରୀ ପ୍ରୀତି ସୁନା, ଓଡିଶା ସୂଚନା ସେବା-୨, ୨୦୨୪-୨୫ ବ୍ୟାଚ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀଙ୍କ ଠାରୁ ଭାର ୩୧.୦୩.୨୦୨୬ ଅପରାହ୍ନରେ ଗ୍ରହଣ କରିଛି।
ମୁଁ ପ୍ରୀତି ସୁନା, ଓଡିଶା ସୂଚନା ସେବାରେ ଗତ ନଭେମ୍ବର ମାସ ୨୭ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯାଳୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ଯୋଗ ଦେଇଥିଲି।
ଏହା ପୂର୍ବରୁ ମୁଁ ଇଂରାଜୀ ଖବର କାଗଜ ଟାଇମସ ଅଫ ଇଣ୍ଡିଆ, ଭୁବନେଶ୍ୱର ସଂସ୍କରଣରେ ୨ ବର୍ଷ କାମ କରିଛି ଏବଂ ତା ପୂର୍ବରୁ ୩ ବର୍ଷ ପଶ୍ଚିମ ଓଡ଼ିଶାର ଏକ ୱେବ ଚ୍ୟାନେଲ ‘ପହରା’ରେ ସମ୍ବଲପୁରର ରିପୋର୍ଟର ଥିଲି।
ମୁଁ ୨୦୨୦ ମସିହାରେ ପଣ୍ଡିଚେରୀ ସେଣ୍ଟ୍ରାଲ ୟୁନିଭରସିଟିରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର କରିଛି ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ପୁରା କରିଛି।
ମୁଁ ସମ୍ବଲପୁରର ଝିଅ। ସୁବର୍ଣ୍ଣପୁରକୁ ଆସି ଏଠି ସରକାରୀ ଚାକିରୀ ଆରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟ। ସୋନପୁରବାସୀଙ୍କୁ ସଠିକ ସରକାରୀ ସୂଚନା ପହଞ୍ଚାଇବା ଏବଂ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ଅବଗତ କରାଇବା ମୋର ମୂଳ ଲକ୍ଷ୍ୟ ହେବ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ