
କେନ୍ଦ୍ରାପଡ଼ା, ୨୨ ଏପ୍ରିଲ୍(ହି.ସ.) – ରାଜ୍ୟର ଜଣାଶୁଣା ସମବାୟ ଭିତିକ ଆର୍ôଥକ ଅନୁଷ୍ଠାନ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟର ସଂପାଦକ ଅରବିନ୍ଦ ସାହୁଙ୍କୁ ବିପୁଳ ସମ୍ବର୍ନ୍ଧନା ଦିଆଯାଇଛି। କେନ୍ଦ୍ରାପଡାରେ ଅନୁଷ୍ଠିତ ଏକ ବିଶାଳ ଚାଷୀ ସମାବେଶରେ ସୋସାଇଟର ଦକ୍ଷ ସଂପାଦକ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିବା ସମାଜସେବୀ ଶ୍ରୀ ସାହୁଙ୍କୁ ଉପସ୍ଥିତ ଅତିଥିମାନେ ଉତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ନ୍ଧନା ଦେଇଥିଲେ। ସୂଚନାଯୋଗ୍ୟ ଯେ, କୃଷକ ବିକାଶ ସମବାୟ ସମିତିର ଏହି ଚାଷୀ ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କୃଷିମନ୍ତ୍ରୀ ତଥା ବରିଷ୍ଠନେତା ଅମର ପ୍ରସାଦ ଶତପଥୀ, ଅବସରପ୍ରାପ୍ତ ଆଇଏସ ଅଧିକାରୀ ସୁଦର୍ଶନ ନାୟକ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଓ ବିଶିଷ୍ଟ ସମବାୟବିତ୍ ତଥା କୃଷକ ବିକାଶ ସମବାୟ ସମିତିର ସଭାପତି ପ୍ରମୋଦ କୁମାର ସାହୁ ଓ ସଂପାଦକ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ନ୍ଧନା ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି