କଟକରେ ଉତମ ସଡ଼କ ସଂଯୋଗୀକରଣ ନେଇ ପୂର୍ତ ମନ୍ତ୍ରୀଙ୍କୁ ଭେଟିଲେ ସୋଫିଆ
ଭୁବନେଶ୍ୱର,୨୨ ଏପ୍ରିଲ (ହି.ସ)- କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ବୁଧବାର ଦିନ ରାଜ୍ୟ ପୂର୍ତ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି କଟକରେ ଉତମ ସଡ଼କ ସଂଯୋଗୀକରଣର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରି ଏକ ଚିଠି ପ୍ରଦାନ କରିଛନ୍ତି। କଟକରେ ଯାତାୟାତକୁ ସହଜ କରିବା ଏ
ryh


ଭୁବନେଶ୍ୱର,୨୨ ଏପ୍ରିଲ (ହି.ସ)- କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ବୁଧବାର ଦିନ ରାଜ୍ୟ ପୂର୍ତ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି କଟକରେ ଉତମ ସଡ଼କ ସଂଯୋଗୀକରଣର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରି ଏକ ଚିଠି ପ୍ରଦାନ କରିଛନ୍ତି।

କଟକରେ ଯାତାୟାତକୁ ସହଜ କରିବା ଏବଂ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ତିନୋଟି ନୂତନ ସେତୁ ଯଥା ବାଲିଯାତ୍ରା ଗ୍ରାଉଣ୍ଡ ରିଙ୍ଗ ରୋଡ୍ ରୁ ଚଷାପଡ଼ା, ଚୌଦ୍ୱାର ,ବିଦ୍ୟାଧରପୁରରୁ ସିଡିଏ ସେକ୍ଟର-୧୧ ଏବଂ ମୁକାମେଶ୍ୱର, ଗୋପାଳପୁରରୁ ମଲାଚଣ୍ଡିଆ ଟ୍ରାଫିକ୍ ଛକ ପ୍ରସ୍ତାବିତ ହୋଇଥିଲା।

ଚହଟାରେ କଟକ ସହର ରିଙ୍ଗ ରୋଡ୍ ପ୍ରକଳ୍ପରେ ବିଳମ୍ବ ଏବଂ ବିଦ୍ୟାଧରପୁରରେ ରାସ୍ତା ନିର୍ମାଣ କାର୍ଯ୍ୟ ସମେତ ବାକି ଥିବା ରାସ୍ତା କାର୍ଯ୍ୟର ପ୍ରସଙ୍ଗ ଏବଂ ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ସେଗୁଡ଼ିକୁ ସାରିବାକୁ ଅନୁରୋଧ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande