ବିଶ୍ୱ ପୃଥିବୀ ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ
ଜୟପୁର, 22 ଏପ୍ରିଲ୍ (ହି.ସ.) -''ବିଶ୍ୱ ପୃଥିବୀ ଦିବସ'' ଅବସରରେ ଜୟପୁର ସହରରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସାମାଜିକ ସଂଗଠନ ''ସିୱା'' ଏବଂ ଜୟପୁର ସିଟି ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ସଫଳତାର ସ
'ବିଶ୍ୱ ପୃଥିବୀ ଦିବସ' ଅବସରରେ  ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ


ଜୟପୁର, 22 ଏପ୍ରିଲ୍ (ହି.ସ.) -'ବିଶ୍ୱ ପୃଥିବୀ ଦିବସ' ଅବସରରେ ଜୟପୁର ସହରରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସାମାଜିକ ସଂଗଠନ 'ସିୱା' ଏବଂ ଜୟପୁର ସିଟି ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।କାର୍ଯ୍ୟକ୍ରମର ବିଦ୍ୟାଳୟ ପରିସରରୁ ପ୍ରାୟ ୩୦ ଜଣ ଛାତ୍ର ଛାତ୍ରୀ,ସିୱା ସଭ୍ୟ, ଜୟପୁର ସାଇକଲ କ୍ଲବ ର ସଭ୍ୟ ମାନଙ୍କ ଦ୍ୱାରା ଏକ ସଚେତନତା ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ହୋଇଥିଲା। ଏହାକୁ ପ୍ରଧାନ ଶିକ୍ଷୟିତ୍ରୀ ବି ସୁଜାତା ଓ ସିୱା ସଭାପତି ଅଜୟ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଲୋକମାନଙ୍କୁ ପ୍ରଦୂଷଣ ମୁକ୍ତ ଯାତାୟାତ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନ କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ସିୱା ର ସମ୍ପାଦକ ଶ୍ରୀ ପ୍ରତାପ ପଟ୍ଟନାୟକ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, ପୃଥିବୀ ହେଉଛି ଆମର ଏକମାତ୍ର ଘର ଏବଂ ଏହାର ସୁରକ୍ଷା କରିବା କେବଳ ଜଣକର ନୁହେଁ, ବରଂ ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଆମକୁ ପ୍ଲାଷ୍ଟିକ ବର୍ଜନ କରି ପ୍ରକୃତିର ନିକଟତର ହେବାକୁ ପଡ଼ିବ।ସଂସ୍ଥା ର ଉପ ସଭାପତି ଜି ଭେଙ୍କଟ ରେଡ୍ଡୀ ଛାତ୍ର ଛାତ୍ରୀ ମାନଙ୍କୁ ପୃଥିବୀ ର ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କରିବା ପାଇଁ କହିଥିଲେ। ସିୱା ମହିଳା ଶାଖା ର ସଭା ନେତ୍ରୀ ସୁମନ ମୁନ୍ଦ୍ରା, ସଭ୍ୟା ଶୁଭସ୍ମିତା ସାହୁ, ମମତା ନାୟକ,ଭୁଲକ୍ଷ୍ମୀ ଆଚାରୀ ଓ ସିୱା ସଭ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ୍ତ ସାହୁ, ବିନାୟକ ମହାପାତ୍ର, କେ ମୋହନ ରାଓ, ଅଶୋକ କୁମାର ଚୌଧୁରୀ, ଗୋପାଳ ନାୟକ ଓ ସାଇକଲ କ୍ଲବ ତରଫରୁ ସୂର୍ଯ୍ୟ ନାରାୟଣ ସାହୁ, ସଞ୍ଜୟ କୁମାର ନାୟକ ଆଦି ଯୋଗ ଦେଇ ଥିଲେ। ଗତ ୧୯ ତାରିଖ ରକ୍ତ ଦାନ କାର୍ଯ୍ଯକ୍ରମ ରେ ୨୫ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ସ୍ୱେଛା କୃତ ସେବା ପାଇଁ ପ୍ରମାଣ ପତ୍ର ଓ ପୁରସ୍କାର ସିୱା ମହିଳା ଶାଖା ଦ୍ବାରା ପ୍ରଦାନ କରା ଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରତିଭାଗୀ ପରିବେଶକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ଶପଥ ପାଠ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande