ସାର ହୋଲସେଲର ଗୋଦାମରେ ଚଢାଉ
ଜୟପୁର, 22 ଏପ୍ରିଲ୍ (ହି.ସ.) -କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସାର କଳାବଜାର ବନ୍ଦ କରିବା ନେଇ ଚଢଉ ଆରମ୍ଭ କରାଯାଇଛି। ଆଜି କୃଷିବିଭାଗ ପକ୍ଷରୁ ବୋରିଗୁମ୍ମା ଅଞ୍ଚଳର କରୁଣାମୟ ଫର୍ଟିଲାଇଜର ଦୋକାନରେ ଚଢାଉ କରାଯାଇଥିଲା। ଗୋଦାମରେ ଗଚ୍ଛିତ ସାର,୭.୬ ମେଟ୍ରିକ ଟନ ସାର ବିକ୍ରି କରିବାର କାଗଜ
ସାର ହୋଲସେଲର ଗୋଦାମରେ ଚଢାଉ


ଜୟପୁର, 22 ଏପ୍ରିଲ୍ (ହି.ସ.) -କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସାର କଳାବଜାର ବନ୍ଦ କରିବା ନେଇ ଚଢଉ ଆରମ୍ଭ କରାଯାଇଛି। ଆଜି କୃଷିବିଭାଗ ପକ୍ଷରୁ ବୋରିଗୁମ୍ମା ଅଞ୍ଚଳର କରୁଣାମୟ ଫର୍ଟିଲାଇଜର ଦୋକାନରେ ଚଢାଉ କରାଯାଇଥିଲା। ଗୋଦାମରେ ଗଚ୍ଛିତ ସାର,୭.୬ ମେଟ୍ରିକ ଟନ ସାର ବିକ୍ରି କରିବାର କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଏଥିରେ ଅନିୟମିତତା ରହିଥିବା ଜଣା ପଡିବା ପରେ କୃଷି ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଏହି ଚଢଉ ଓ ଯାଞ୍ଚ ବେଳେ କୋରାପୁଟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର,ବୋରିଗୁମ୍ମା ତହସିଲଦାର ଶୋଭନ କୁମାର ବେହେରା,ସହକାରୀ କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର,ସହକାରୀ ଜିଲ୍ଲା କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ସହକାରୀ ଜିଲ୍ଲା କୃଷି ଅଧିକାରୀ କାହ୍ନୁ ଚରଣ ଦାସ, ବୋରିଗୁମ୍ମା ବିଏଓ ରାଜ କିଶୋର ସ୍ବାଇଁ, କୁମୁଲି ଏଏଓ ସିବାନୀ ସୁଆର, ଶୁଶ୍ରିତା ପ୍ରିୟଦର୍ଶନୀଙ୍କ ସମେତ ବୋରିଗୁମ୍ମା ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande