ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୭ ଜଣ ଶିଶୁ ହୃଦରୋଗୀଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ପଠାଗଲା ମୁମ୍ବାଇ
ଜୟପୁର, ୨୨ ଏପ୍ରିଲ୍ (ହି.ସ.) - ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍ ବି ଏସ୍ କେ) ମାଧ୍ୟମରେ ୭ ଜଣ ଶିଶୁ ହୃଦରୋଗୀଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ମୁମ୍ବାଇ ପଠାଯାଇଛି। କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଶିଶୁମାନଙ୍କୁ ଚିହ୍ନଟ କରାଯାଇ ବିଶେଷଜ୍ଞ ହସ୍ପିଟାଲକୁ ରେଫର୍ କରାଯ
ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୭ ଜଣ ଶିଶୁ ହୃଦରୋଗୀଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ପଠାଗଲା ମୁମ୍ବାଇ


ଜୟପୁର, ୨୨ ଏପ୍ରିଲ୍ (ହି.ସ.) - ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍ ବି ଏସ୍ କେ) ମାଧ୍ୟମରେ ୭ ଜଣ ଶିଶୁ ହୃଦରୋଗୀଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ମୁମ୍ବାଇ ପଠାଯାଇଛି। କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଶିଶୁମାନଙ୍କୁ ଚିହ୍ନଟ କରାଯାଇ ବିଶେଷଜ୍ଞ ହସ୍ପିଟାଲକୁ ରେଫର୍ କରାଯାଇଛି। ଜିଲ୍ଲା ଚିକିତ୍ସାଳୟର ଅଧିକ୍ଷକ ଡ ଅକ୍ଷୟ କୁମାର ରଥ ହସ୍ପିଟାଲ ମ୍ୟାନେଜର ରୂପସୀ ମଧୁମିତା ନାୟକ ଏବଂ ଆରବିଏସକେ ମ୍ୟାନେଜର ସନ୍ତୋଷୀ କୁମାରୀ ଗୋପୀ ପ୍ରମୁଖ ଉପସ୍ଥିତ ରହି ଆର୍ ବି ଏସ୍ କେ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଗ୍ରାମାଂଚଳରେ ହୋଇଥିବା ସ୍କ୍ରିନିଙ୍ଗ୍ କାର୍ଯ୍ୟକ୍ରମରେ ଏହି ୭ ଜଣ ଶିଶୁଙ୍କ ଜନ୍ମଗତ ହୃଦୟ ତ୍ରୁଟି ଚିହ୍ନଟ ହୋଇଥିଲା। ସ୍ଥାନୀୟ ହସ୍ପିଟାଲରେ ଉନ୍ନତ ଚିକିତ୍ସା ସୁବିଧା ନଥିବାରୁ ୭ ଜଣ ଶିଶୁ ହୃଦ ରୋଗୀଙ୍କୁ ମୁମ୍ବାଇର ହୃଦରୋଗ ବିଶେଷଜ୍ଞ ହସ୍ପିଟାଲକୁ ପଠାଯାଇଛି। ସରକାରୀ ଯୋଜନା ଅନୁଯାୟୀ ସମସ୍ତ ଖର୍ଚ୍ଚ ସରକାର ବହନ କରିଛନ୍ତି। ଆଜି ସକାଳେ ଶିଶୁମାନଙ୍କୁ ପରିବାର ସହ ମୁମ୍ବାଇ ପଠାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande