ରବି ଧାନ ବିକ୍ରି ପାଇଁ ଚାଷୀଙ୍କ ଦାବି ପତ୍ର ପ୍ରଦାନ
ମୁଖୀଗୁଡା,୨୨ଏପ୍ରିଲ(ହି. ସ )- ଆଜି କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣା ଓ ଧର୍ମଗଡ ବ୍ଲକର ୧୮ ୮୮୫ ହେକ୍ଟର ଚାଷଜମିରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଜରିଆରେ ପାଣି ଯୋଗାଣ କରାଯାଇଥିଲା। କେନାଲ ପାଣି ପାଇ ଚାଷୀ ମାନେ ରବି ଧାନ ଫସଲ କରିଥିବା ବେଳେ ୩ଟି ବ୍ଲକର ଚାଷୀମାନେ ଧାନ ବିକ୍ରି ପଞ୍ଜିକରଣ
ଚାଷୀ rally


ମୁଖୀଗୁଡା,୨୨ଏପ୍ରିଲ(ହି. ସ )- ଆଜି କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣା ଓ ଧର୍ମଗଡ ବ୍ଲକର ୧୮ ୮୮୫ ହେକ୍ଟର ଚାଷଜମିରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଜରିଆରେ ପାଣି ଯୋଗାଣ କରାଯାଇଥିଲା। କେନାଲ ପାଣି ପାଇ ଚାଷୀ ମାନେ ରବି ଧାନ ଫସଲ କରିଥିବା ବେଳେ ୩ଟି ବ୍ଲକର ଚାଷୀମାନେ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡିଛନ୍ତି। ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ସତ୍ୱେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ସଚେତନ କୃଷକ ମଂଚ ପକ୍ଷରୁ ଶତାଧିକ ଚାଷୀ କେେ।।କସରା ଶିବ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟକୁ ପହଂଚି କୋକସରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ସରକାର କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ରାଜରାସ୍ତା ରେ ଚାଷି ଆନ୍ଦୋଳନ କରିବାକୁ ଚେତାବନି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande