ସାହିତ୍ୟିକ ଡକ୍ଟର ସେଣଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୨୨ ଏପ୍ରିଲ୍(ହି.ସ.) – ଓଡ଼ିଶାର ଜଣାଶୁଣା ସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ସର୍ବେଶ୍ୱର ସେଣଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ଫୁଲବାଣୀର ବାଲିଗୁଡ଼ା ଠାରେ ଶାଳବଣ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ବିଷୁବ ମିଳନରେ ଡକ୍ଟର ସେଣଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦ
ସାହିତ୍ୟିକଡକ୍ଟରସେଣଙ୍କୁ ସମ୍ବର୍ଦ୍ଧନା ।


କେନ୍ଦ୍ରାପଡ଼ା, ୨୨ ଏପ୍ରିଲ୍(ହି.ସ.) – ଓଡ଼ିଶାର ଜଣାଶୁଣା ସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ସର୍ବେଶ୍ୱର ସେଣଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ଫୁଲବାଣୀର ବାଲିଗୁଡ଼ା ଠାରେ ଶାଳବଣ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ବିଷୁବ ମିଳନରେ ଡକ୍ଟର ସେଣଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ସ୍ୱତନ୍ତ୍ର ଅତିଥି ଶ୍ରୀ ଉତ୍ସବ ଚନ୍ଦ୍ର ଜେନା, ଉଦ୍ଘାଟକ ଶ୍ରୀ କୌଶିକ ସାହୁ, ସମ୍ମାନୀୟ ଅତିଥି ବ୍ୟଙ୍ଗକବି ଚିତରଞ୍ଜନ ଓଝା ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ସାରସ୍ୱତ ଉତ୍ସବରେ ମଧୁସୂଦନ ମହାପାତ୍ର ସଭାପତିତ୍ୱ କରିଥିଲେ। ଶ୍ରୀ ଉତ୍ସବ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande