କେନ୍ଦୁଝର ଓ ଢେଙ୍କାନାଳ ଷ୍ଟିଲ ପ୍ଲାଂଟରେ ନିବେଶ କରିବେ ଜେଏସଡବ୍ଲୁ - ପୋସ୍କୋ - ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର,୨୨ ଏପ୍ରିଲ (ହି.ସ)- ଉଭୟ କେନ୍ଦୁଝର ଓ ଢେଙ୍କାନାଳରେ ହେବାକୁ ଥିବା ପ୍ରକଳ୍ପରେ ଜେଏସଡବ୍ଲୁ - ପୋସ୍କୋ ନିବେଶ କରିବେ। ଉଭୟ ପ୍ରକଳ୍ପରେଜେଏସଡଡବ୍ଲୁ ସହିତ ପୋସ୍କୋ ମିଳିତ ଭାବେ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରିବ। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି
sampad swain


ଭୁବନେଶ୍ୱର,୨୨ ଏପ୍ରିଲ (ହି.ସ)- ଉଭୟ କେନ୍ଦୁଝର ଓ ଢେଙ୍କାନାଳରେ ହେବାକୁ ଥିବା ପ୍ରକଳ୍ପରେ ଜେଏସଡବ୍ଲୁ - ପୋସ୍କୋ ନିବେଶ କରିବେ। ଉଭୟ ପ୍ରକଳ୍ପରେଜେଏସଡଡବ୍ଲୁ ସହିତ ପୋସ୍କୋ ମିଳିତ ଭାବେ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରିବ। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି କେନ୍ଦୁଝରେ ପ୍ରକଳ୍ପ ଆଗେଇ ଚାଲିଛି। ୧୨ ଟି ପଂଚାୟତରେ ଜମି ଆବଶ୍ୟକ ଥିବା ବେଳେ ୬ ଟି ପଂଚାୟତରେ ଗ୍ରାମସଭା ସରିଛି। ରାଜ୍ୟ ସରକାରଙ୍କ ଟାସ୍କ ଫୋର୍ସ ସବୁ କିଛି ତଦାରଖ କରୁଛି। ଢେଙ୍କାନାଳ ପ୍ରକଳ୍ପ ପାଇଁ ସରକାରଙ୍କ ପାଖରେ ୧୦୦୦ ଜମି ଅଛି। ଆବଶ୍ୟକ ଜମି ଅଧିଗ୍ରହଣ କରାଯିବ। ଶିଳ୍ପ ମନ୍ତ୍ରୀ କହିଛନ୍ତି ପୂର୍ବରୁ ପୋସ୍କୋ ଓଡ଼ିଶାରୁ ଫେରି ଯାଇଥିଲା। ଏବେ ସରକାରଙ୍କ ଉପରେ ଭରସା କରି ବଡ ବଡ କମ୍ପାନୀ ପୁଣି ଓଡ଼ିଶା ଫେରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande