ରଙ୍ଗାମାଟିଆରେ ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ୟ ନିମନ୍ତେ ମାର୍ଗଦର୍ଶନ କର୍ମଶାଳା
କେନ୍ଦୁଝର, ୨୨ ଏପ୍ରିଲ୍ (ହି.ସ.)- ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଂଚାୟତ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ହାଟ ପଡିଆ ପରିସରରେ ସେଚ୍ଛାସେବୀ ସଂଗଠନ ଫାରମର ଟିୟୁଟର ଏବଂ ଉମାଶଙ୍କର ସବୁଜ ବାହିନୀ ଲିମିଟେଡ଼ ଆନୁକୂଲ୍ୟରେ ଜୈବିକ ପ୍ରଣାଳୀରେ କୃଷିକାର୍ଯ୍ୟ ନିମନ୍ତେ ମାର୍ଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇ
Jaibika pranali krishi


କେନ୍ଦୁଝର, ୨୨ ଏପ୍ରିଲ୍ (ହି.ସ.)- ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଂଚାୟତ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ହାଟ ପଡିଆ ପରିସରରେ ସେଚ୍ଛାସେବୀ ସଂଗଠନ ଫାରମର ଟିୟୁଟର ଏବଂ ଉମାଶଙ୍କର ସବୁଜ ବାହିନୀ ଲିମିଟେଡ଼ ଆନୁକୂଲ୍ୟରେ ଜୈବିକ ପ୍ରଣାଳୀରେ କୃଷିକାର୍ଯ୍ୟ ନିମନ୍ତେ ମାର୍ଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡ଼କ୍ଟର ନାରାୟଣ ଦଣ୍ଡସେନା ଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳା ରେ ମୁଖ୍ୟଅତିଥି ଭାବେ ରଙ୍ଗାମାଟିଆ ସରପଂଚ ମାଧୁରୀ ନାଏକ, ସମ୍ମାନିତ ଅତିଥି, ବକ୍ତା ଭାବେ କୃଷି ଅଧୀଦର୍ଶକ ଚିତ ରଞ୍ଜନ ସାହୁ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ନାଏବ ସରପଂଚ ଟିକିରାଣୀ ମହାନ୍ତ, ଓଡିଶା ବିଗ୍ରେଡ଼ ସ୍କୁଲର ଶିକ୍ଷକ ବୀରେନ୍ଦ୍ର କୁମାର ପାତ୍ର, ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲା ବେଳେ ତାଲିମଦାତା ଭାବେ ଘାସିରାମ ରାଣା ଯୋଗଦେଇ ରଙ୍ଗାମାଟିଆ ପଂଚାୟତ ର ଅଗ୍ରଣୀ ଚାଷୀ ମାନଙ୍କୁ ଦିଗଦର୍ଶନ ଦେଇ ଜୈବିକ କୃଷି, ଜୈବିକ ସାର ଜମିରେ ପ୍ରୟୋଗ କରି ମାଟି ମା ' କୁ ବଂଚାଇବାକୁ ମାର୍ଗଦର୍ଶନ କରିଥିଲେ । କୃଷି ଅଧୀଦର୍ଶକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସି. ଏମ କିସାନ, ପି. ଏମ କିସାନ ସହାୟତା ରାଶି ପାଇବାକୁ କୃଷକ ରେଜିଷ୍ଟେସନ, କୃଷକ ଓଡିଶା ପୋଟାଲ ରେ ନିଜ ନାମ ପଞ୍ଜିକରଣ କରିବାକୁ କହିଥିଲେ । ଟ୍ରେନର ଘାସିରାମ ରାଣା ଜୈବିକ ସାର ଓ ଖତ ପ୍ରସ୍ତୁତି ର ପ୍ରଣାଳୀ ବାବଦରେ ଚାଷୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମ ରେ ରଙ୍ଗାମାଟିଆ ପଂଚାୟତର ରରୁଆଁଗୋଡ଼ା, ଚିଲିକାପଶି, ବାଙ୍କିଆ, ଟିଆଁସିପଶି, ହୃଦୁରାମପୁର, ପୋଖରୀଆ ଇତ୍ୟାଦି ଗ୍ରାମରୁ ସହସ୍ରାଧିକ ମହିଳା, ପୁରୁଷ ଅଗ୍ରଣୀ ଚାଷୀମାନେ ଯୋଗ ଦେଇ ଅଂଶଗ୍ରହଣ କରିଥିଲେ । ଚାଷୀ ମାନଙ୍କ ଯୋଗାଯୋଗ ରେ ଯଜ୍ଞଦତ କୁମ୍ବାର, ତୁଳସୀ ନାଗ, ବସନ୍ତ ପଟେଲ, ଦୀନବନ୍ଧୁ ସାହୁ ପ୍ରମୁଖ ପରିଚାଳନାରେ କର୍ମଶାଳା ପରିଚାଳିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande