
କେନ୍ଦ୍ରାପଡ଼ା, ୨୨ ଏପ୍ରିଲ୍(ହି.ସ.) – ଆଜି ପ୍ରଜ୍ଞା ପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ କେନ୍ଦ୍ରାପଡ଼ା ସ୍ମୃତି ପରିଷଦ ଆନୁକୂଲ୍ୟରେ ପରିଷଦର ସଭାପତି ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।
ସକାଳେ ତିନିମୁହାଣୀସ୍ଥିତ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ପରେ ପରେ ମୁକ ବଧିର ଛାତ୍ର ଛାତ୍ରମାନଙ୍କ ମଧ୍ୟରେ ଶୁଖିଲା ଖାଦ୍ୟ ବଂଟାଯାଇଥିଲା। ଗରାପୁର ରାଜୀବ କେନ୍ଦ୍ର ଠାରେ ବୃକ୍ଷରୋପଣ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।
ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟ ଅତିଥି ବିଧାୟକ ଗଣେଶ୍ୱର ବେହେରା ଶ୍ରୀ ପଟ୍ଟନାୟକଙ୍କୁ ଜଣେ ଗଣତନ୍ତ୍ରବିଶ୍ୱାସୀ ରାଜନେତା ଭାବରେ ବର୍ଣ୍ଣନା କରିବା ସହ ରାଜନୀତିରେ ଉଚ୍ଚଶିକ୍ଷିତ ତଥା କଳଙ୍କହୀନ ଯୁବକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଥିଲେ। ନେତୃତ୍ୱରେ ଶୂନ୍ୟସ୍ଥାନ ନରହୁଥିଲା ତାଙ୍କର ଲକ୍ଷ୍ୟ।
ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପୂର୍ବତନ ବିଧାୟକ ଡକ୍ଟର ସିପ୍ରା ମଲ୍ଲିକ, ପ୍ରଫେସର ନନ୍ଦ କିଶୋର ପରିଡ଼ା, ଶିକ୍ଷାବିତ ପ୍ରଫେସର ଅଜୟ ସାମଲ, ଅଧ୍ୟାପକ ଡକ୍ଟର ଗିରିଶ ପାତ୍ର, ମାର୍କ୍ସବାଦି କମ୍ୟୁନିଷ୍ଟ ନେତା ଗୟାଧର ଧଳ, ଭାରତର କମ୍ୟୁନିଷ୍ଟ ପାର୍ଟି ନେତା ଆଦିକନ୍ଦ ଧଳ, ଆପ୍ର ଜିଲ୍ଲା ସଭାପତି ସନ୍ଦୀପ ଦାସ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ବିଜେଡି ନେତା ମୁକ୍ତାର ଖାଁ, ବିଜେଡି ନେତା ତଥା କୋଷାଧକ୍ଷ ଉମା ଶଙ୍କର ଜେନା, ସରପଂଚ ଲୋହିତ ମହାନ୍ତି, ପୂର୍ବତନ ବ୍ଲକ ସଭାପତି ଚିତ୍ରସେନ ପରିଡ଼ା, ପୂର୍ବତନ ୱାର୍ଡ଼ ସଭ୍ୟ ଶରତ ବେଉରା, ଯୁବ ବିଜେଡି ନେତା ରତିକାନ୍ତ ସାମଲ ପ୍ରମୁଖ ଶ୍ରଦ୍ଧା ନିବେଦନ କରି ଜାନକୀ ବଲ୍ଲଭ ପଟ୍ଟନାୟକ ମରଣଜୟୀ ବୋଲି ଅଭିହିତ କରିଥିଲେ।
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ରାଜେଶ ପଣ୍ଡା, ହିବଜୁର ରେହମାନ, ସମ୍ବିତ ଶ୍ରୀଚନ୍ଦନ, ମୃତ୍ୟୁଞ୍ଜୟ ମହାନ୍ତି, ମହମ୍ମଦ ଇସାକ, ଫକୀର ଚରଣ ଖଟୁଆ, ଡକ୍ଟର ଚୈତନ ପରିଡ଼ା, ଟୁକୁନି ସିଂହ, ଚନ୍ଦନ ଦାଶ, କମଳାକାନ୍ତ ବେହେରା, ଆଇଏସ୍ ଖାଁ, ଅଜୟ ସାମଲ, ସତ୍ୟରଞ୍ଜନ ପରିଡ଼ା, ସେଖ ଇସମାଇଲ, ମହମ୍ମଦ ଅଫଜଲ, ଜାହୀଦ ରହେମନ, ପ୍ରଶାନ୍ତ ବରାଳ, ଶରତ ମହାନ୍ତି, ସୁରେଶ ଚନ୍ଦ୍ର ମହାନ୍ତି, ପିତାମ୍ବର ଜେନା, ଭୀମକାନ୍ତ ପ୍ରଧାନ, ଗୋଲଖ ବିହାରୀ ସାହୁ, ଅଜୟ ପ୍ରଧାନ, କଳ୍ପତରୁ ଦାସ, ସେଖ ଆଜମାତୁଲ୍ଲା ଓ ପୃଥ୍ୱୀରାଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ସମ୍ପାଦନରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି