ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ
ଜୟପୁର, ୨୨ ଏପ୍ରିଲ୍ (ହି.ସ.) - ଜୟପୁର ଲାଲ ସାହି ସ୍ଥିତ ମା ଲୋକେଶ୍ୱରୀ ଉଦ୍ୟନାରେ ଜୟପୁର ସାହିତ୍ୟ ସ୍ମୁତି କମିଟି ପକ୍ଷରୁ ପାଳିତ ହେଲା ସାହିତ୍ୟିକ, ପୂର୍ବତନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ସଭାପତି ହରିହର କରସୁଧା ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ର
ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ


ଜୟପୁର, ୨୨ ଏପ୍ରିଲ୍ (ହି.ସ.) - ଜୟପୁର ଲାଲ ସାହି ସ୍ଥିତ ମା ଲୋକେଶ୍ୱରୀ ଉଦ୍ୟନାରେ ଜୟପୁର ସାହିତ୍ୟ ସ୍ମୁତି କମିଟି ପକ୍ଷରୁ ପାଳିତ ହେଲା ସାହିତ୍ୟିକ, ପୂର୍ବତନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ସଭାପତି ହରିହର କରସୁଧା ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଓମ ପ୍ରକାଶ ମିଶ୍ର ଯୋଗଦେଇ ଜାନକୀ ବଲ୍ଲଭଙ୍କ ସାହିତ୍ୟକୃତୀ ଓ ମାଟି ପ୍ରୀତି ଏବଂ ଦୁରଦୃଷ୍ଟି କଥା ସୁନ୍ଦର ଭାବରେ ଆଲୋକପାତ କରିଥିଲେ, ସେ କହିଥିଲେ, ସ୍ୱର୍ଗତ ପଟ୍ଟନାୟକ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି। ଏକାଧାରରେ, ସାହିତ୍ୟିକ, ସଂସ୍କୃତ ଗବେଷକ, ଅନୁବାଦକ, ପ୍ରବନ୍ଧିକ, ଗାଳ୍ପିକ ଭାବରେ ପରିଚିତ। ସମ୍ମାନିତ ଅତିଥି ଉଦୟ ଶଙ୍କର ଯାନୀ, ପଟ୍ଟନାୟକ ମୋହାଦାୟଙ୍କ କବିତା ଉପରେ ସମ୍ୟକ ଧାରଣା ଦେଇଥିଲେ। ଉତ୍କଳ ସ୍ମୁତି ସମ୍ମିଳନୀ (ଭୁବନେଶ୍ୱର) ସଭାପତି ଅମୀୟ ପଟନାୟକ ଅତି ଛଟ ଛଟ କଥା ଜାନକୀ ବାବୁଙ୍କ ପାଠ ପଢିବାଠାରୁ ଆରମ୍ଭ କରି ରାଜ୍ୟପାଳ ହେବା ପର୍ଯ୍ୟନ୍ତର ଅନେକ କଥା କହି ଓଡ଼ିଶର କୃଷି ଆନ୍ଦୋଳନର ସ୍ରଷ୍ଠା ବୋଲି ବ୍ୟାଖ୍ୟା କରିଥିଲେ। ଡ଼. ଯୁଗଳ ମିଶ୍ର ତାଙ୍କୁ ଓଡ଼ିଶାର ବିଶିଷ୍ଠ ପଣ୍ଡିତ ବୋଲି ବ୍ୟାଖ୍ୟା କରିଥିଲେ, ଡ଼. ସୁଧାଂଶୁ ପଟନାୟକ ମୋହାଦୟଙ୍କ ଜୀବନକୁ ତିନି ଭାବରେ ବାଂଟି, ଓଡ଼ିଆ ଅସ୍ମିତାର ସାରଥୀ କହିଥିଲେ। ଏଭଳି ଅନେକ ସାହିତ୍ୟିକ ଗୁଣି ଜ୍ଞାନୀ ଯୋଗଦେଇ ସ୍ମୁତି ଚାରଣ କରି ନିଜର ବକ୍ତବ୍ୟ ରଖିଥିଲେ।

ଅଶୋଜ ମହାରଣା, ପ୍ରଦୀପ ସାହୁ ଡ଼. ପ୍ରମୋଦିନୀ ହୋତା, ଜାନକୀ ପାଣିଗ୍ରାହୀ, ବିଜୟା ପାଣିଗ୍ରାହୀ, ଡ଼. ନନ୍ଦ, ନୃସିଂହ ପାଣିଗ୍ରାହୀ, ଶ୍ରୀକାନ୍ତ ସାହୁ, ତରୁଣ, ମହାପାତ୍ର, ତ୍ରିଶୂଳ ସନ୍ତ୍ରା, ନିରଞ୍ଜନ ପାଣିଗ୍ରାହୀ, ଅଶୋକ ମିଶ୍ର, ଲଲାଟେନ୍ଦୁ ପଟନାୟକ ଏବଂ ଅନ୍ୟମାନେ ଉପସ୍ଥିତରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande