

ଖୋର୍ଦ୍ଧା, ୨୨ ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା,ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ପଖୱାଜ୍ୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମ କୁମାରୀ ପ୍ରହରାଜ ସ୍ୱାଗତ ଅଭିଭାଷଣ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ପୋଷଣ ପଖଖାତା ପାଳନର ପାଂଚଟି ମୁଖ୍ୟ ବିଷୟ ଉପରେ ଗୁରୁଦ୍ୱାରୋପ କରିଥିଲେ, ଯଥା - (୧) ମାତୃ ଓ ଶିଶୁ ପୋଷଣ, (୨) ମସ୍ତିଷ୍କ ବିକାଶ ପାଇଁ ପ୍ରାରମ୍ଭିକ ଉତେଜନା (୦-୩ ବର୍ଷ), (୩) ପ୍ରାରମ୍ଭିକ ବୟସରେ ଖେଳାଧାରିତ ଶିକ୍ଷା (୩–୬ ବର୍ଷ), (୪) ସ୍କ୍ରିନ ସମୟ କମାଇବାରେ ଅଭିଭାବକ ଓ ସମୁଦାୟର ଭୂମିଜା, ଏବଂ (୫) ଶକ୍ତିଶାଳୀ ଅଙ୍ଗନବାଡୀ ପାଇଁ ସମୁଦାୟର ସମର୍ଥନ ସଂଗ୍ରହାଜିଲ୍ଲାରେ କୌଣସି ମା କିମ୍ବା ଶିଶୁ ପୋଷଣ ଅଭାବର ଶିକାର ନ ହେଉନ୍ତୁ, ଏହାହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଉଲ୍ଲେଖ କରିଥିଲେ । ସେ ପୋଷଣ ପଖୱାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ସମସ୍ତଙ୍କ ସହଯୋଗରେ ଏହାକୁ ସଫଳ କରିବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ପୁଷ୍ଟିକର ଖାଦ୍ୟ ଏବଂ ଆଦ୍ୟଶୈଶବ ଯତ୍ନ ଓ ଶିକ୍ଷା ସମ୍ୱନ୍ଧୀୟ ଉପକରଣ ପ୍ରଦର୍ଶନ କରାଯାଇଥିଲା । ଏହା ସହିତ ରକ୍ତହୀନତା ପରୀକ୍ଷା ପାଇଁ କ୍ୟାମ୍ପ ଆୟୋଜନ କରାଯାଇଥୁଲା ଓଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ପି.ଓ, ସି.ଡି.ପି.ଓ. ସୁପରଭାଇଜର, ଅଙ୍ଗନବାଡୀ କର୍ମୀମାନେ, ପୋଷଣ ଡି. ସି.ଡି.ପି.ଏ. ବି.ସି. ମମତା ଜି.ପି.ସି., ମମତା ଡି.ପି.ଏ, ଏବଂ ମିଡିଆ ପ୍ରତିନିଧୁମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଶେଷରେ ପି.ଓ ସୌଦାମିନୀ ଦାଶ ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ