
ସମ୍ବଲପୁର, ୨୨, ଏପ୍ରିଲ୍ (ହି.ସ.) ଦିନକୁ ଦିନ ଖରାର ପ୍ରକୋପ ବଢିବା ସହ ଅସହ୍ୟ ତାତି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରି ଦେଇଛି । ସୁରକ୍ଷା ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲାପାଳ ବୋଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶ କ୍ରମେ ଭିଡଭାଡ ସମସ୍ତ ଅଞ୍ଚଳରେ ପାନୀୟ ଜଳର ବ୍ୟବସ୍ଥା, ଖରାରେ ମୁର୍ଚ୍ଛା ଜନିତ ରୋଗୀଙ୍କୁ ତ୍ୱରିତ ଚିକିତ୍ସା ସେବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଖାନା ଗୁଡ଼ିକରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖରାର ଉଗ୍ରରୂପକୁ ଦେଖି ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକୁ ଜିଲ୍ଲା ଶିକ୍ଷାଧିକାରୀ ଯେଉଁ ୩ ଦିନିଆ ଛୁଟି ଘୋଷଣା କରିଥିଲେ ତାହାକୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳ ବର୍ଦ୍ଧିତ କରିଛନ୍ତି । ଶ୍ରମିକ ତଥା ଦୀନ ମଜୁରିଆ ନିଜ ସୁରକ୍ଷାକୁ ଦେଖି କାର୍ଯ୍ୟ କରିପାରନ୍ତି ମାତ୍ର ଦିନ ୧୧ ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିନା କାର୍ଯ୍ୟରେ କେହି ପଦାକୁ ନ ବାହାରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ