ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲ କରିବାକୁ ଦାବି
ଜୟପୁର, ୨୨ ଏପ୍ରିଲ୍ (ହି.ସ.) - ସହରର ମଧ୍ୟ ଭାଗରେ ଥିବା ପୁରୁଣା ଚିକିତ୍ସାଳୟକୁ ସିଟି ହସପିଟାଲ କରିବାକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ସହର ଠାରୁ ତିନି କିଲୋମିଟର ଦୂରରେ ଜିଲ୍ଲା ଚିକିତ୍ସାଳୟ ପ୍ରତିଷ୍ଠା ହେବା ଫଳରେ ସହରବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଓ
ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲ କରିବାକୁ ଦାବି


ଜୟପୁର, ୨୨ ଏପ୍ରିଲ୍ (ହି.ସ.) - ସହରର ମଧ୍ୟ ଭାଗରେ ଥିବା ପୁରୁଣା ଚିକିତ୍ସାଳୟକୁ ସିଟି ହସପିଟାଲ କରିବାକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ସହର ଠାରୁ ତିନି କିଲୋମିଟର ଦୂରରେ ଜିଲ୍ଲା ଚିକିତ୍ସାଳୟ ପ୍ରତିଷ୍ଠା ହେବା ଫଳରେ ସହରବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଓ ସହରର ମଧ୍ୟ ଭାଗରେ ଥିବା ପୁରୁଣା ଉପଖଣ୍ଡ ଚିକତ୍ସାଳୟରେ ସମସ୍ତ ସୁବିଧା ରହିଥିବା ଯୋଗୁଁ ରାଜ୍ୟ ସରକାର ବହୁ ଶଯ୍ୟା ବିଶିଷ୍ଟ ଏକ ସିଟି ହସ୍ପିଟାଲ କରିବା ସହ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିୟୋଜିତ କରୁନ୍ତୁ ବୋଲି ବିଧାୟକ ଦାବି କରିଛନ୍ତି । ଜୟପୁର ସହରରେ ସିଟି ହସ୍ପିଟାଲ ପ୍ରତିଷ୍ଠା କରାଗଲେ ସାଧାରଣ ଜନତା ଉପକୃତ ହେବେ ବୋଲି ବିଧାୟକ ବାହିନୀପତି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande