ନିର୍ମାଣଧିନ ଘରୁ ମୋଟର ଚୋରି
ଜୟପୁର, ୨୨ ଏପ୍ରିଲ୍(ହି.ସ.) – ଜୟପୁର ସଦରଥାନା ଅନ୍ତର୍ଗତ ରଣ୍ଡାପାଲି ନିକଟରେ ନିର୍ମାଣ ହେଉଥିବା ନୂତନ ଘରୁ ମୋଟର ଚୋରି ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ନୂତନ ଘର ନିର୍ମାଣ କରୁଥିବା ମାଲିକ ଜୟନ୍ତ କୁମାର ସାହୁ ଗତକାଲି ରାତି କିଛି ଦୁର୍ବୁତ ତାଙ୍କର ସବମର୍ସିଆଲ
ନିର୍ମାଣଧିନ ଘରୁ ମୋଟର ଚୋରି


ଜୟପୁର, ୨୨ ଏପ୍ରିଲ୍(ହି.ସ.) – ଜୟପୁର ସଦରଥାନା ଅନ୍ତର୍ଗତ ରଣ୍ଡାପାଲି ନିକଟରେ ନିର୍ମାଣ ହେଉଥିବା ନୂତନ ଘରୁ ମୋଟର ଚୋରି ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ନୂତନ ଘର ନିର୍ମାଣ କରୁଥିବା ମାଲିକ ଜୟନ୍ତ କୁମାର ସାହୁ ଗତକାଲି ରାତି କିଛି ଦୁର୍ବୁତ ତାଙ୍କର ସବମର୍ସିଆଲ ପାଣି ମୋଟର ଚୋରି କରିଥିବା ନେଇ ଅଭିଯୋଗ କରିଛନ୍ତି। ମୋଟରଟି ୨୩୦ ମିଟର ଗଭିର ଭିତରେ ଥିବା ବେଳେ ଚୋରଦଳ ଚାଲାକରେ ଚୋରି କରିଛନ୍ତି ବୋଲି ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତିକରି ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande