
ମାଲକାନଗିରି,୨୨ ଏପ୍ରିଲ୍ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ୍ ପକ୍ଷରୁ ବୁଧବାର ଦିନ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯାହା ସ୍ୱଚ୍ଛ ଓ ନିର୍ମଳ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି । ଥାନା ଅଧିକାରୀ ପ୍ରଭୁ ଦତ ବିଶ୍ୱାଳଙ୍କ ସମେତ ପୋଲିସ୍ କର୍ମଚାରୀମାନେ ସ୍ୱଚ୍ଛତା ବିଷୟରେ ଲୋକଙ୍କୁ ସଚେତନ କରିବା ସହ କାଲିମେଳା ମାର୍କେଟ ଏବଂ ଜଗନ୍ନାଥ ମନ୍ଦିର ପରିସର ସଫା କରି ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ପୋଲିସ୍ ସାଧାରଣ ନାଗରିକଙ୍କ ସହ ମିଶି କାର୍ଯ୍ୟ କରୁଥିବାରୁ ଏହି ଅଭିଯାନ ସ୍ୱଚ୍ଛତା ବଜାୟ ରଖିବା ସହିତ ସୁସ୍ଥ ପରିବେଶ ନିର୍ମାଣରେ ସହାୟକ ହେଉଥିବା ଦେଖିବାକୁ ମିଳୁଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ