
ନୂଆପଡ଼ା,୨୨ ଏପ୍ରିଲ (ହି.ସ.)- କଳାହାଣ୍ଡି ଲୋକ ସଭା କ୍ଷେତ୍ର ରେବ୍ରେଲ ପ୍ରକ୍ଳପ୍ର ବିକାଶ ସାଙ୍ଗକୁ ରେଳପଥ ସଂଯୋଗ ପାଇଁ ଅନେକ ଦାବୀ ନେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଆଜି ଦିଲ୍ଲୀ ଠାରେ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତ ବେଳେ ରେଳ ପ୍ରକଳ୍ପ ନିର୍ମାଣ, ସମ୍ପ୍ରସାରଣ ଏବଂ ଦୃତଗାମୀ ରେଳ ରହଣି ଦାବୀ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ସକ୍ଷାତ କରି ଦୁଇ ଗୋଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଓଡ଼ିଶାର ୨୬ ଗୋଟି ଜିଲ୍ଲା କୁ ରେଳ ସଂଯୋଗ ହୋଇଥିବା ବେଳେ ଆସନ୍ତା ଦିନ ରେ ୩୦ ଗୋଟି ଜିଲ୍ଲା କୁ ସଂଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ର ୭ ଗୋଟି ବିଧାନ ସଭା କ୍ଷେତ୍ର ରହିଅଛି। ସେଥିମଧ୍ୟରୁ ଖଡ଼ିଆଳ ବିଧାନ ସଭା ଅଞ୍ଚଳ ରେ ରେଳ ପଥ ନାହିଁ। ନୂଆପଡ଼ା ଜିଲ୍ଲା କୁ ଅନୁଧ୍ୟାନ କଲେ ମଧ୍ୟ ସୀମା ଅଞ୍ଚଳ ରେ ରେଳପଥ ମାତ୍ର ୩୧ କିଲୋମିଟର ରହିଅଛି। ବର୍ତ୍ତମାନ ମାଳବିକା ଦେବୀ ନୂଆପଡ଼ା ଜିଲ୍ଲା ପାଇଁ ଦୁଇ ଗୋଟି ବୃହତ୍ ରେଳ ପ୍ରକଳ୍ପ ଯୋଜନା ନେଇ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଧର୍ମଗଡ ଠାରୁ କଣ୍ଟାବାଞ୍ଜି ଭାୟା ଖଡ଼ିଆଳ ରେଳ ପ୍ରକଳ୍ପ କୁ ପୁନଃ ସର୍ଭେ ପାଇଁ ଦାବୀ କରିଛନ୍ତି। ଯାହାକି ୨୦୧୬ ମସିହା ରେ ସର୍ଭେ ହୋଇ କଣ୍ଟାବାଞ୍ଜି ରୁ ଜୟପୁର ଭାୟା ଖଡ଼ିଆଳ ପ୍ରକଳ୍ପ ରୂପେ ଶେଷ ହୋଇଅଛି। କେନ୍ଦ୍ର ଜନଜାତି ଗୌରବ କରିଡ଼ର କୁ ସମ୍ପ୍ରସାରଣ କରିବାକୁ ଦାବୀ କରିଛନ୍ତି। ଭଦ୍ରାଚଳମ ରୁ ନୂଆପଡ଼ା ଭାୟା ଖଡିଆବକୁ ୧୧୫ କିଲୋମିଟର ଏବଂ ଖଡିଆଳ ରୁ ବଲାଙ୍ଗୀର ଭାୟା କଣ୍ଟାବାଞ୍ଜି, ପାଟଣାଗଡ ୯୫ କିଲୋମିଟର ରେଳ ପ୍ରକଳ୍ପ ସମ୍ପ୍ରସାରଣ ପାଇ ଦବୀ ଉପସ୍ଥପାନା କରିଛନ୍ତି। ଏହି ପ୍ରକଳ୍ପ ବର୍ତ୍ତମାନ ତିନି ରାଜ୍ୟକୁ ସିଧା ସଲଖ ଏବଂ ଅଳ୍ପ ଦୂରତା ରେ ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ କୁ ସଂଯୋଗ କରିବ। ଦକ୍ଷିଣ ଓଡ଼ିଶା କୁ ପଶ୍ଚିମ ଓଡ଼ିଶା କୁ ସଂଯୋଗ କରିବ। ଖଡ଼ିଆଳ ଜୀବନ ରେଖା ପାଲଟିବ ସହ ଅଞ୍ଚଳ ବିକଶିତ ହେବ ବୋଲି ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ