ଚୋର ଗିରଫ, ଚୋରି ସାମଗ୍ରୀ ଉଦ୍ଧାର
ମାଲକାନଗିରି , ୨୨ ଏପ୍ରିଲ୍ (ହି.ସ.) ମାଲକାନଗିରି ଆଦର୍ଶ ଥାନା ପୋଲିସ ଏକ ଚୋରି ଘଟଣା ରେ ଚୋରକୁ ଗିରଫ କରିବା ସହ ତା ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି!ମିଳିଥିବା ସୂଚନା ଅନୁଯାଇ ମାଲକାନଗିରି ସଦର ମହକୁମା ମାଛ ମାର୍କେଟ ନିକଟରେ ଥିବା କେନାଲ କଲୋନ
ଚୋର ଗିରଫ, ଚୋରି ସାମଗ୍ରୀ ଉଦ୍ଧାର


ମାଲକାନଗିରି , ୨୨ ଏପ୍ରିଲ୍ (ହି.ସ.)

ମାଲକାନଗିରି ଆଦର୍ଶ ଥାନା ପୋଲିସ ଏକ ଚୋରି ଘଟଣା ରେ ଚୋରକୁ ଗିରଫ କରିବା ସହ ତା ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି!ମିଳିଥିବା ସୂଚନା ଅନୁଯାଇ ମାଲକାନଗିରି ସଦର ମହକୁମା ମାଛ ମାର୍କେଟ ନିକଟରେ ଥିବା କେନାଲ କଲୋନୀ ର ପଦ୍ମାବତୀ ଜେନାଙ୍କ ଘରେ ସେମାନେ ନଥିବାବେଳେ ଘରୁ ସୁନା ଓ ରୁପାର ଅଳଙ୍କାର, ମୂର୍ତ୍ତି ଚୋରି ହୋଇଥିବା ନେଇ ୨୪/୨/୨୬ତାରିଖରେ ଥାନାରେ ଏତଲା ଦେଇଥିଲେ!ଥାନା ପକ୍ଷରୁ

୧୦୮/୨୬ରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଚାଲିଥିଲାପୋଲିସ ତଦନ୍ତ ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ମାଲକାନଗିରି ସଦର ବିବିଗୁଡା ର ଅଜୟ ବିଶୋଇ ଙ୍କୁ ଗିରଫ କରିବା ସହ ତା ନିକଟରୁ ୪ଟି ସୁନା ଚୁଡ଼ି, ୨ଟି ରୁପା ମୂର୍ତ୍ତି, ୨ଟି ପିତଳ ମୂର୍ତ୍ତି, ୫ହଜାର ଟଙ୍କା ଜବତ କରିଛନ୍ତି!ପ୍ରକାଶ ଥାଉକି ପୂର୍ବରୁ ଅଭିଯୁକ୍ତ ଆରଡ଼ି କଲୋନୀ ରେ ହୋଇଥିବା ଚୋରି ଘଟଣା ରେ ସମୃକ୍ତ ଥିଲା!

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande