
କେନ୍ଦ୍ରାପଡ଼ା, ୨୨ ଏପ୍ରିଲ୍(ହି.ସ.) – ବିଶ୍ୱର ସର୍ବବୃହତ ରଥ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ କାଠ ଆସି ସାରିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ମହାରଣା ସେବକମାନଙ୍କ ଦ୍ୱାରା ଅନୁକୂଳ କରାଯାଇଛି। ଉକ୍ତ ରଥ ପାଇଁ ଆବଶ୍ୟକ ଥିବା ୩ହଜାର ୫୦୦ କ୍ୟୁବିକ କାଠ ଆବଶ୍ୟକ ଥିଲା। ଏଥିମଧ୍ୟରୁ ଗତବର୍ଷ ରଥ ନିର୍ମାଣ ପରେ ହଜାରରୁ ଉର୍ଦ୍ଧ୍ୱ କ୍ୟୁବିକ୍ କାଠ ବଳକା ରହିଥିଲା। ଚଳିତବର୍ଷ ୨୨୦୦ ରୁ ଉର୍ଦ୍ଧ୍ୱ କ୍ୟୁବିକ୍ କାଠ ପହଂଚି ସାରିଛି। ରଥଚକ ଏବଂ ଘୋଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ଅତିରିକ୍ତ ଜିଲ୍ଲାପାଳ ତଥା ମଧ୍ୟବର୍ତୀକାଳୀନ ନ୍ୟାସୀ(ଟ୍ରଷ୍ଟି) ନବକ୍ରିଷ୍ଣ ଜେନା ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି