
ଭୁବନେଶ୍ୱର, 22 ଏପ୍ରିଲ୍ (ହି.ସ.)- ଆଜି ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ଠାରେ
ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬ର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏହି ଅବସରରେ ପ୍ରଭାତି ପରିଡା କହିଛନ୍ତି ଯେ, ଏହି ମାରାଥନ୍ ଓଡ଼ିଶାକୁ 'ଫିଟନେସ୍ ଟୁରିଜିମ୍'ର ହବ୍ଭାବେ ଗଢ଼ିତୋଳିବା ଦିଗରେ
ଆମ ସରକାରଙ୍କର ନିରନ୍ତର ପ୍ରୟାସର ଏକ ଅଂଶବିଶେଷ ।
ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ
ପଟ୍ଟନାୟକ,
ପିପିଲିର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀର ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ଶ୍ରୀ ବଲୱନ୍ତ ସିଂହ, ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ପୁରୀର ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂହ ଏବଂ ମାରାଥନ୍ରେ ଭାଗନେଇଥିବା ପ୍ରତିଯୋଗୀଗଣ
ଉପସ୍ଥିତ ଥିଲେ ।
ଏହା ସହିତ ପୁରୀସ୍ଥିତ ସ୍ୱର୍ଣ୍ଣାଭ ବେଳାଭୂମି (ବ୍ଲୁ
ଫ୍ଲାଗ୍ ବିଚ୍)ଠାରେ ବେଳାଭୂମି ପରିଚାଳକ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଛନ୍ତି ପ୍ରଭାତି
ପରିଡା । ଏହି ଅବସରରେ ବେଳାଭୂମିରେ
ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆବଶ୍ୟକୀୟ ବ୍ୟବସ୍ଥାଗୁଡ଼ିକର ସ୍ଥିତି ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ । ଏହି ବେଳାଭୂମିର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା
ସରକାରଙ୍କ ପର୍ଯ୍ୟଟନ ବିଭାଗ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା