ପ୍ରକୃତି ସହ ଉତମ ସାମଞ୍ଜସ୍ୟ ସ୍ଥାପିତ କରିବାର ଦାୟିତ୍ୱର ବୋଧ କରାଇଥାଏ ପୃଥିବୀ ଦିବସ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 22 ଏପ୍ରିଲ୍ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱ ପୃଥିବୀ ଦିବସ ଅବସରରେ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସହିତ ସନ୍ତୁଳିତ ଜୀବନ ଯାପନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଦିନ ଆମକୁ ପ୍ରକୃତି ସହିତ ଉତ୍ତମ ସମନ୍
ପ୍ରକୃତି ସହ ଉତମ ସାମଞ୍ଜସ୍ୟ ସ୍ଥାପିତ କରିବାର ଦାୟିତ୍ୱର     ବୋଧ କରାଇଥାଏ ପୃଥିବୀ ଦିବସ- ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 22 ଏପ୍ରିଲ୍ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱ ପୃଥିବୀ ଦିବସ ଅବସରରେ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସହିତ ସନ୍ତୁଳିତ ଜୀବନ ଯାପନ

କରିବା ପାଇଁ ବାର୍ତ୍ତା ଦେଇଛନ୍ତି।

ସେ କହିଛନ୍ତି ଯେ, ଏହି ଦିନ ଆମକୁ ପ୍ରକୃତି ସହିତ ଉତ୍ତମ ସମନ୍ୱୟ ସ୍ଥାପନ କରିବା ସହ ଆଗାମୀ ପିଢ଼ୀ ପାଇଁ

ପୃଥିବୀକୁ ସୁରକ୍ଷିତ ରଖିବାର ଦାୟିତ୍ୱର ଅନୁଭୂତି କରାଏ।

ତାଙ୍କର ବାର୍ତ୍ତାରେ ସେ ଜୋର ଦେଇ କହିଛନ୍ତି ଯେ, ଆଜି କରାଯାଉଥିବା ଛୋଟ ଛୋଟ ସାମୁହିକ ପ୍ରୟାସ ଭବିଷ୍ୟତରେ ଏକ ସନ୍ତୁଳିତ ଏବଂ ସ୍ଥାୟୀ

ବିଶ୍ୱ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

କେନ୍ଦ୍ରମନ୍ତ୍ରୀ ନାଗରିକମାନଙ୍କୁ ପରିବେଶ ସୁରକ୍ଷା ପ୍ରତି

ସଚେତନ ରହିବା ସହ ଦୈନନ୍ଦିନ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆପଣାଇବାକୁ ଆହ୍ୱାନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande