ଅନାଥ ଯୁବତୀଙ୍କୁ ବିବାହ କରିଥିବାରୁ ସରକାରଙ୍କ ସହାୟତା ରାଶି ପ୍ରଦାନ
କେନ୍ଦ୍ରାପଡ଼ା, ୨୨ ଏପ୍ରିଲ୍‌(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଅସହାୟ ଯୁବତୀଙ୍କୁ ବିବାହ କରିଥିବାରୁ ଯଶୋଦା ଯୋଜନାରେ ଜିଲ୍ଲା ପ୍ରଶାସନ ତରଫରୁ ନବ ବିହାହିତ ଦମ୍ପତିଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗରଦପୁର ପଲ୍ଲିଶ୍ରୀ ମହିଳା ସମିତିରେ ରହୁଥିବା ଅସହାୟ ମହିଳା ଝୁମୁରୀ ଦାସଙ୍କୁ କାର୍ତିକ ଚନ
-----------ଅନାଥ ଯୁବତୀଙ୍କୁବିବାହକରିଥିବାରୁସରକାରଙ୍କସହାୟତାରାଶି ପ୍ରଦାନ ।


କେନ୍ଦ୍ରାପଡ଼ା, ୨୨ ଏପ୍ରିଲ୍‌(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଅସହାୟ ଯୁବତୀଙ୍କୁ ବିବାହ କରିଥିବାରୁ ଯଶୋଦା ଯୋଜନାରେ ଜିଲ୍ଲା ପ୍ରଶାସନ ତରଫରୁ ନବ ବିହାହିତ ଦମ୍ପତିଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗରଦପୁର ପଲ୍ଲିଶ୍ରୀ ମହିଳା ସମିତିରେ ରହୁଥିବା ଅସହାୟ ମହିଳା ଝୁମୁରୀ ଦାସଙ୍କୁ କାର୍ତିକ ଚନ୍ଦ୍ର ମିଶ୍ର ଏବଂ ଲକ୍ଷ୍ମୀ ଦାସଙ୍କୁ ଗୋଲେଖ ସାହୁ ବିବାହ କରିଥିବାରୁ ଯଶୋଦା ଯୋଜନାରେ ଏହି ଦୁଇ ଦମ୍ପତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଯଶୋଦା ଯୋଜନାରେ ଆର୍ôଥକ ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉତ୍ସବରେ ଜିଲ୍ଲାପାଳ ରଘୁରାମ୍‌.ଆର୍‌. ଆଇ.ଆର୍‌, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ବିଜୟ କୁମାର ସାହୁ, ପଲ୍ଲିଶ୍ରୀ ମହିଳା ସମିତିର ମୁଖ୍ୟ ଶ୍ରୀକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେଏହି ଦମ୍ପତିଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande