ଆଇଆଇଟି ରୁଡ଼କି: ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ଅନ ଲାଇନ ଆବେଦନ ଆଜିଠୁ ୨ ମଇ ପର୍ଯ୍ୟନ୍ତ
ହରିଦ୍ୱାର, ୨୩ ଅପ୍ରେଲ (ହି.ସ.)- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁଡକି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଜେଇଇ (ଆଡଭାନ୍ସଡ୍) ୨୦୨୬ ପରୀକ୍ଷାର ଆୟୋଜନ କରିଛି । ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ଅପ୍ରେଲ୨୩ ରୁ ଆରମ୍ଭ ହେବ । ଆଇଆଇଟି ରୁଡକିର ଜନସମ୍ପର୍କ ବିଭାଗ ଦ୍ୱାର
ଆଇଆଇଟି ରୁଡ଼କି: ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ଅନ ଲାଇନ ଆବେଦନ ଆଜିଠୁ ୨ ମଇ ପର୍ଯ୍ୟନ୍ତ


ହରିଦ୍ୱାର, ୨୩ ଅପ୍ରେଲ (ହି.ସ.)- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁଡକି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଜେଇଇ (ଆଡଭାନ୍ସଡ୍) ୨୦୨୬ ପରୀକ୍ଷାର ଆୟୋଜନ କରିଛି । ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ଅପ୍ରେଲ୨୩ ରୁ ଆରମ୍ଭ ହେବ ।

ଆଇଆଇଟି ରୁଡକିର ଜନସମ୍ପର୍କ ବିଭାଗ ଦ୍ୱାରା ସୂଚନା ଦିଆଯାଇଛି ଯେ, ଜେଇଇ(ଆଡଭାନ୍ସଡ) ୨୦୨୬ ପାଇଁ, ଜେଇଇ(ମେନ୍) ୨୦୨୬ ରେ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ୨୩ ଅପ୍ରେଲ ୨୦୨୬ (ସକାଳ ୧୦ ଟା)ରୁ ଆରମ୍ଭ ହୋଇ ୨ ମଇ ୨୦୨୬ (ଅପରାହ୍ନ ୨୩.୫୯) ପର୍ଯ୍ୟନ୍ତ ଖୋଲା ରହିବ । ପଞ୍ଜୀକୃତ ପ୍ରାର୍ଥୀଙ୍କ ପାଇଁ ଦେୟ ପଇଠ କରିବାର ଶେଷ ତାରିଖ ହେଉଛି ୪ ମଇ ୨୦୨୬ (୨୩.୫୯ ପର୍ଯ୍ୟନ୍ତ) ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande