ଉତରାଖଣ୍ଡରେ ପହଂଚିଲେ ଉପରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ କଲେ
ଡେରାଡୁନ, ୨୩ ଅପ୍ରେଲ (ହି.ସ.)- ଉତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଂଟ ଗୁରମିତ ସିଂ (ଅବସରପ୍ରାପ୍ତ) ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପ ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କୁ ଜଲି ଗ୍ରାଂଟ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ତାଙ୍କୁ ପାରମ୍ପରିକ ଆତିଥ୍ୟ ପ୍ରଦାନ କରାଯାଇ ସମ୍ମ
ଉତରାଖଣ୍ଡରେ ପହଂଚିଲେ ଉପରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ କଲେ


ଡେରାଡୁନ, ୨୩ ଅପ୍ରେଲ (ହି.ସ.)- ଉତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଂଟ ଗୁରମିତ ସିଂ (ଅବସରପ୍ରାପ୍ତ) ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପ ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କୁ ଜଲି ଗ୍ରାଂଟ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ତାଙ୍କୁ ପାରମ୍ପରିକ ଆତିଥ୍ୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।

ସୋସିଆଲ ମିଡିଆରେ ପ୍ରକାଶିତ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ, ଆଧ୍ୟାତ୍ମିକ ଚେତନା, ଚିରନ୍ତନ ବିଶ୍ୱାସ, ସମୃଦ୍ଧ ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଉତରାଖଣ୍ଡରେ ଉପରାଷ୍ଟ୍ରପତିଙ୍କ ଆଗମନ ରାଜ୍ୟ ପାଇଁ ଗର୍ବର ବିଷୟ । ଏହି ଗସ୍ତ ରାଜ୍ୟର ବିକାଶ ଏବଂ ସାଂସ୍କୃତିକ ପରିଚୟକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ । ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଏମ୍ସ ଋଷିକେଶର ଷଷ୍ଠ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande