
ଡେରାଡୁନ, 23 ଏପ୍ରିଲ
(ହି.ସ.) ଉତରାଖଂଡର ଚମୋଳି ଜିଲ୍ଲାରେ ଅବସ୍ଥିତ
ଭଗବାନ ବଦ୍ରୀନାଥ ଧାମର ଦ୍ୱାର ବୈଦିକ ମନ୍ତ୍ରୋଚ୍ଚାର ଓ ଧାର୍ମିକ ପରମ୍ପରାନୁସାରେ ଗୁରୁବାର
ସକାଳ 6ଟା 15ମିନିଟ୍ରେ
ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯାଇଛି। ପାରମ୍ପରିକ ବାଦ୍ୟଯନ୍ତ୍ର ଓ ସେନା ବ୍ୟାଣ୍ଡର ମଧୁର ସୁର
ସହିତ ଶ୍ରଦ୍ଧାଳୁମାନଙ୍କ ଜୟଧ୍ୱନିରେ ବଦ୍ରୀପୁରୀ ଗୁଞ୍ଜିଉଠିଥିଲା। ଏହି ପବିତ୍ର ଅବସରରେ
ଦେଶ-ବିଦେଶରୁ ପହଞ୍ଚିଥିବା ପ୍ରାୟ 15 ହଜାର ଶ୍ରଦ୍ଧାଳୁ ଭଗବାନ ବଦ୍ରୀ ବିଶାଳ ଓ ଅଖଣ୍ଡ ଜ୍ୟୋତିଙ୍କ ଦର୍ଶନ
କରି ପୁଣ୍ୟଲାଭ ଅର୍ଜନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ
ଧାମୀ କପାଟ ଖୋଲାଯିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପ୍ରଥମ ମହାଭିଷେକ
ପୂଜା ସମ୍ପନ୍ନ କରି ଦେଶ ଓ ରାଜ୍ୟର ସୁଖ-ସମୃଦ୍ଧି
ପାଇଁ କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା