ଭାରତ ଓ ମିଶର ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ଉପରେ ଉଭୟ ଦେଶ ମଧ୍ୟରେ ସହମତି
ନୂଆଦିଲ୍ଲୀ, ୨୩ ଏପ୍ରିଲ (ହି.ସ.)। ଭାରତ ଓ ମିଶର ମଧ୍ୟରେ କାହିରାରେ ଆୟୋଜିତ ୧୧ତମ ଯୁଗ୍ମ ପ୍ରତିରକ୍ଷା ସମିତି (ଜେଡିସି) ବୈଠକ ସମୟରେ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହୋଇଛି। ଉଭୟ ପକ୍ଷ ପ୍ରତିରକ୍ଷା ଶିଳ୍ପରେ ସହଯୋଗ ବଢ଼ାଇ ଯୋଜନାବଦ୍ଧ ଭାବର
ଭାରତ ଓ ମିଶର ମଧ୍ୟରେ     ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ଉପରେ ଉଭୟ ଦେଶ ମଧ୍ୟରେ ସହମତି


ନୂଆଦିଲ୍ଲୀ, ୨୩

ଏପ୍ରିଲ (ହି.ସ.)। ଭାରତ ଓ ମିଶର ମଧ୍ୟରେ କାହିରାରେ ଆୟୋଜିତ ୧୧ତମ ଯୁଗ୍ମ ପ୍ରତିରକ୍ଷା ସମିତି

(ଜେଡିସି) ବୈଠକ ସମୟରେ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହୋଇଛି। ଉଭୟ

ପକ୍ଷ ପ୍ରତିରକ୍ଷା ଶିଳ୍ପରେ ସହଯୋଗ ବଢ଼ାଇ ଯୋଜନାବଦ୍ଧ ଭାବରେ ସାଥିରେ କାମ କରିବାକୁ ସମ୍ମତି ଜଣାଇଛନ୍ତି।

ଭାରତୀୟ

ପ୍ରତିନିଧିମଣ୍ଡଳଙ୍କୁ ସଂଯୁକ୍ତ ସଚିବ (ଆନ୍ତର୍ଜାତୀୟ ସହଯୋଗ) ଅମିତାଭ ପ୍ରସାଦ ନେତୃତ୍ୱ

କରିଥିଲେ ଏବଂ ଏଥିରେ ରକ୍ଷା ମନ୍ତ୍ରଣାଳୟ ଓ ସଶସ୍ତ୍ରବଳର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

ମିଶର ପକ୍ଷର ପ୍ରତିନିଧିମଣ୍ଡଳରେ ସେଠାକାର ସଶସ୍ତ୍ରବଳ ଓ ରକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ

ଯୋଗଦେଇଥିଲେ।

ଉଭୟ ପକ୍ଷ ପୂର୍ବତନ ଜେଡିସି

ବୈଠକ ପରେ ହୋଇଥିବା ପ୍ରଗତିର ସମୀକ୍ଷା କରି ରକ୍ଷା ସହଯୋଗ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ

କରିଛନ୍ତି। ଭାରତ ଓ ମିଶର ୨୦୨୬–୨୭ ପାଇଁ ଦ୍ୱିପକ୍ଷୀୟ ରକ୍ଷା ସହଯୋଗ ଯୋଜନା ଉପରେ ସମ୍ମତି

ଜଣାଇଛନ୍ତି। ଏହାର ଉଦ୍ଦେଶ୍ୟ ସେନା ସମ୍ପର୍କ ମେକାନିଜମକୁ ସୁଦୃଢ଼ କରିବା, ସଂଯୁକ୍ତ

ପ୍ରଶିକ୍ଷଣକୁ ଶକ୍ତିଶାଳୀ କରିବା, ସାମୁଦ୍ରିକ ସୁରକ୍ଷା ସହଯୋଗ ବଢ଼ାଇବା, ସେନା

ଅଭ୍ୟାସ ବୃଦ୍ଧି କରିବା ଏବଂ ପ୍ରଯୁକ୍ତିଗତ ସହଯୋଗକୁ ପ୍ରୋତ୍ସାହନ ଦେବା ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande