ନୋଏଡା ହିଂସାର ତଦନ୍ତ ଆରମ୍ଭ କଲା ଏସଆଇଟି, ରୂପେଶ ରାୟ ସହିତ 4ଜଣଙ୍କୁ ପଚରାଉଚରା
ନୋଏଡା, ୨୩ ଏପ୍ରିଲ (ହି.ସ.)।ଶ୍ରମିକମାନଙ୍କର ବେତନ ବୃଦ୍ଧିକୁ ନେଇ ୧୩ ଏପ୍ରିଲରେ ନୋଏଡାରେ ହୋଇଥିବା ହିଂସ୍ର ଆନ୍ଦୋଳନ ମାମଲାରେ ଗିରଫ ହୋଇଥିବା ରୂପେଶ ରାୟ ଓ ତାଙ୍କ ସହଯୋଗୀ ମନୀଷା, ଆକୃତି ଓ ସୃଷ୍ଟି ଗୁପ୍ତାଙ୍କୁ ପୋଲିସ ହେପାଜତକୁ ନେଇ ନୋଏଡା ପୋଲିସ ପଚରାଉଚରା ଆ
ନୋଏଡା ହିଂସାର ତଦନ୍ତ ଆରମ୍ଭ     କଲା ଏସଆଇଟି, ରୂପେଶ ରାୟ ସହିତ 4ଜଣଙ୍କୁ ପଚରାଉଚରା


ନୋଏଡା, ୨୩ ଏପ୍ରିଲ

(ହି.ସ.)।ଶ୍ରମିକମାନଙ୍କର ବେତନ ବୃଦ୍ଧିକୁ ନେଇ ୧୩ ଏପ୍ରିଲରେ ନୋଏଡାରେ ହୋଇଥିବା

ହିଂସ୍ର ଆନ୍ଦୋଳନ ମାମଲାରେ ଗିରଫ ହୋଇଥିବା ରୂପେଶ ରାୟ ଓ ତାଙ୍କ ସହଯୋଗୀ ମନୀଷା, ଆକୃତି ଓ

ସୃଷ୍ଟି ଗୁପ୍ତାଙ୍କୁ ପୋଲିସ ହେପାଜତକୁ ନେଇ ନୋଏଡା ପୋଲିସ ପଚରାଉଚରା ଆରମ୍ଭ କରିଛି।ପ୍ରମୁଖ ଅଭିଯୁକ୍ତ ଆଦିତ୍ୟ

ଆନନ୍ଦଙ୍କ ପାଇଁ ପୋଲିସ ୭ ଦିନର ରିମାଣ୍ଡ ପାଇଁ ଆବେଦନ କରିଛି ।ଯାହାର ଶୁଣାଣି ୨୪ ଏପ୍ରିଲରେ

ହେବାକୁ ଯାଉଛି।ଯୁବତୀମାନଙ୍କର ଆଦିତ୍ୟ ଆନନ୍ଦ ସହ ସମ୍ପର୍କ ସମ୍ବନ୍ଧରେ ମଧ୍ୟ ପୋଲିସ

ତଥ୍ୟ ସଂଗ୍ରହ କରିଛି।ପୋଲିସ ଅଧିକାରୀମାନଙ୍କ କହିବା ଅନୁସାରେ ପଚରାଉଚରାରେ କିଛି ଗୁରୁତ୍ୱପୂର୍ଣ୍ଣ

ସୁତ୍ର ମିଳିଛି।ଏହା ମଧ୍ୟ ଜଣାପଡ଼ିଛି ଯେ ‘ମଜଦୂର ବିଗୁଲ’ ସଂଗଠନ ଶ୍ରମିକମାନଙ୍କୁ ଭଡ଼କାଇବା

ପାଇଁ ନିଜର ଅନଲାଇନ ପୋର୍ଟାଲର ମଧ୍ୟ ବ୍ୟବହାର କରୁଛି।

ଅପର ପୋଲିସ କମିଶନର ରାଜୀବ ନାରାୟଣ

ମିଶ୍ର କହିଛନ୍ତି ଯେ ଏହି ସମସ୍ତ ମାମଲାର ତଦନ୍ତ ପାଇଁ ତାଙ୍କ ନେତୃତ୍ୱରେ ଏକ ଏସଆଇଟିଗଠନ କରାଯାଇଛି, ଯାହାରେ ୧୦

ଜଣ ପୋଲିସ ଅଧିକାରୀ ଅଛନ୍ତି।ଏସଆଇଟି ତଦନ୍ତ ଆରମ୍ଭ କରିଛି।ସେ କହିଛନ୍ତି ଯେ ଏସଆଇଟି ତାଙ୍କର ରିପୋର୍ଟ

ଗୌତମ ବୁଦ୍ଧ ନଗର ପୋଲିସ କମିଶନର ଶ୍ରୀମତୀ ଲକ୍ଷ୍ମୀ ସିଂହଙ୍କୁ ଦେବ।ଏସଆଇଟି ଗଠନ ହେବାରୁ ଏହି ମାମଲାର ତଦନ୍ତରେ

ତ୍ୱରାନ୍ୱିତି ଆସିବ ବୋଲି ସେ କହିଛନ୍ତି।ସେ ଆହୁରି କହିଛନ୍ତି ଯେ ମାମଲାର ପ୍ରତ୍ୟେକ ପ୍ରାଙ୍ଗର ତଦନ୍ତ ଚାଲିଛି।ହିଂସ୍ର ପ୍ରଦର୍ଶନ ସମୟରେ

ମିଳିଥିବା ସମସ୍ତ ତଥ୍ୟ ଓ ପ୍ରମାଣ ଖୋଜାଯାଉଛି।ଚିହ୍ନଟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ୱାଟ୍ ଟିମ, ସିଆରଟି ସହିତ

ଅନ୍ୟାନ୍ୟ ଦଳ ନିରନ୍ତର ଭାବେ ସମ୍ଭାବ୍ୟ ସ୍ଥାନରେ ଚଢ଼ାଉ କରୁଛନ୍ତି।ସେ ଦାବି କରିଛନ୍ତି ଯେ ଏହି ମାମଲାରେ ଶୀଘ୍ର

ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଗିରଫ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande