
କୋଲକାତା,
୨୩ ଏପ୍ରିଲ (ହି.ସ.)। ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର
ପ୍ରଥମ ପର୍ଯ୍ୟାୟ ଭୋଟିଂ ଗୁରୁବାର ସକାଳରୁ ୧୫୨ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି। ଭୋଟିଂ
ଆରମ୍ଭ ହେବାର କେବଳ କିଛି ମିନିଟ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ବଡ଼
ସଂଖ୍ୟାରେ ଭୋଟ ଦେବାକୁ ଆହ୍ୱାନ କରିଥିଲେ। ସେ ଏହାକୁ ଲୋକତନ୍ତ୍ରର ଉତ୍ସବ ବୋଲି କହି ଅଧିକତମ
ଅଂଶଗ୍ରହଣ ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ
ସୋସିଆଲ ମିଡିଆରେ ଜାରି କରିଥିବା ସନ୍ଦେଶରେ କହିଥିଲେ ଯେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର
ପ୍ରଥମ ପର୍ଯ୍ୟାୟର ଭୋଟିଂ ଆଜି ହେଉଛି। ସେ ରାଜ୍ୟର ନାଗରିକମାନଙ୍କୁ ଉତ୍ସାହର ସହିତ ଭୋଟ
ଦେବାକୁ ଆହ୍ୱାନ କରିଥିଲେ। ସହିତେ ବିଶେଷ କରି ଯୁବକ ଓ ମହିଳାମାନଙ୍କୁ ବହୁ ସଂଖ୍ୟାରେ ଭୋଟ
କେନ୍ଦ୍ରଗୁଡ଼ିକୁ ପହଞ୍ଚିବା ପାଇଁ ଅନୁରୋଧ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା