
ନୂଆଦିଲ୍ଲୀ, 23
ଏପ୍ରିଲ (ହି.ସ.)। ଉଚ୍ଚତମ ନ୍ୟାୟାଳୟରେ ସାବରୀମଳା ମନ୍ଦିର ମାମଲାର ଶୁଣାଣି ସମୟରେ ଗୁରୁବାର
ଦିନ ଏକ ମୁହୂର୍ତ୍ତ ଦେଖାଯାଇଛି, ଯେତେବେଳେ ‘ହ୍ୱାଟସଏପ୍ ୟୁନିଭର୍ସିଟି’ ବିଷୟରେ କୋର୍ଟରେ ଉଠିଛି ।
ବରିଷ୍ଠ ଆଇନଜୀବୀ ନୀରଜ କିଶନ କୌଲ ତାଙ୍କ ଯୁକ୍ତିରେ କଂଗ୍ରେସ ନେତା ଶଶି ଥରୁରଙ୍କ ଏକ ଲେଖା କଥା
ଉଠାଇଥିଲେ, ଯେଉଁଥିରେ
କୁହାଯାଇଥିଲା ଯେ ଧାର୍ମିକ ବିଷୟରେ ନ୍ୟାୟିକ ହସ୍ତକ୍ଷେପ ଠିକ୍ ନୁହେଁ।
ତା’ପରେ ଜଷ୍ଟିସ ବି.ଭି.
ନାଗରତ୍ନା କହିଥିଲେ ଯେ ‘ହ୍ୱାଟସଏପ୍ ୟୁନିଭର୍ସିଟି’ର ସୂଚନାକୁ ଗ୍ରହଣ କରାଯାଇପାରିବ ନାହିଁ।
ଶୁଣାଣି ସମୟରେ ମୁଖ୍ୟ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତ କହିଥିଲେ ଯେ ଯଦିଓ କୋର୍ଟ ସମସ୍ତ ପ୍ରମୁଖ
ଲେଖକ ଓ ଚିନ୍ତକମାନଙ୍କୁ ସମ୍ମାନ କରେ, କିନ୍ତୁ ସେହି ଲେଖାଟି ଏକ ବ୍ୟକ୍ତିଗତ ମତ ଓ ବ୍ୟକ୍ତିଗତ ମତ
ବ୍ୟକ୍ତିଗତ ହିଁ ରହେ।
ତା’ପରେ ଜଷ୍ଟିସ ନାଗରତ୍ନା
କହିଥିଲେ ଯେ ଭାବନା ‘ହ୍ୱାଟସଏପ୍ ୟୁନିଭର୍ସିଟି’ରୁ ଆସିବା ଉଚିତ୍ ନୁହେଁ। ଏହାପରେ ନୀରଜ କିଶନ
କୌଲ କହିଥିଲେ ଯେ ଆମେ ଏହା ଉପରେ ଯାଉନାହୁଁ ଯେ କେଉଁ ‘ୟୁନିଭର୍ସିଟି’ ଭଲ କିମ୍ବା ଖରାପ, ଆମେ
କେଉଁଠୁ ମିଳୁଥିବା ସୂଚନାକୁ ମଧ୍ୟ ଗ୍ରହଣ କରିବା ଉଚିତ। ନୀରଜ କିଶନ କୌଲ ଦାଉଦୀ ବୋହ୍ରା
ସମୁଦାୟଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା