ମିର୍ଜାପୁର ଜିଲ୍ଲାର ଡ୍ରମଣ୍ଡଗଞ୍ଜ ଘାଟୀରେ ସଡକ ଦୁର୍ଘଟଣା 11 ଜଣଙ୍କର ମୃତ୍ୟୁ
ମିର୍ଜାପୁର, ୨୩ ଏପ୍ରିଲ (ହି.ସ.)। ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ଡ୍ରମଣ୍ଡଗଞ୍ଜ ଘାଟୀ ଅଂଚଳରେ ବୁଧବାର ରାତି ପ୍ରାୟ ୮ଟା ସମୟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ବୋଲେରୋ ଗାଡ଼ିରେ ବସିଥିବା ୮
ମିର୍ଜାପୁର ଜିଲ୍ଲାର     ଡ୍ରମଣ୍ଡଗଞ୍ଜ ଘାଟୀରେ ସଡକ ଦୁର୍ଘଟଣା 11 ଜଣଙ୍କର ମୃତ୍ୟୁ


ମିର୍ଜାପୁର, ୨୩

ଏପ୍ରିଲ (ହି.ସ.)। ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ଡ୍ରମଣ୍ଡଗଞ୍ଜ ଘାଟୀ ଅଂଚଳରେ ବୁଧବାର

ରାତି ପ୍ରାୟ ୮ଟା ସମୟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣାରେ ବୋଲେରୋ

ଗାଡ଼ିରେ ବସିଥିବା ୮ ଜଣ ଲୋକ ଜୀବନ୍ତ ଦଗ୍ଧ

ହୋଇଯାଇଥିଲେ । ସେହିପରି ଟ୍ରକ ଚାଳକ, ଖଲାସି ଓ କାର ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ମଧ୍ୟ ପ୍ରଦେଶ ପକ୍ଷରୁ ଚଣା

ନେଇ ମିର୍ଜାପୁରକୁ ଆସୁଥିବା ଟ୍ରକର ହଠାତ୍

ବ୍ରେକ ଫେଲ ହୋଇଯାଇଥିଲା। ଅନିୟନ୍ତ୍ରିତ ଟ୍ରକ ପ୍ରଥମେ ଗୋଟିଏ କଣ୍ଟେନରକୁ ଧକ୍କା ଦେଇଥିଲା ଏବଂ

ପରେ ସାମ୍ନାରେ ଯାଉଥିବା ବୋଲେରୋକୁ ଭୟଙ୍କର ଭାବେ ଧକ୍କା ଦେଇଥିଲା। ଧକ୍କା ପରେ ବୋଲେରୋ

ଡିଭାଇଡରକୁ ଧକ୍କା ମାରିବା ପରେ ତାହା ଜଳି ଉଠିଥିଲା । ତାପରେ ଟ୍ରକ ଗୋଟିଏ କାରକୁ ଧକ୍କା ଦେଇ

ଚିପ୍ସରେ ଭର୍ତି ଥିବା ଟ୍ରେଲରରେ ପଶି ଯାଇଥିଲା ,

ଯାହା ଫଳରେ କାରଟି

ପୂରାପୁରି ନଷ୍ଟ ହୋଇଯାଇଥିଲା ଏବଂ ସୋନଭଦ୍ର ନିବାସୀ ଜୟ ପ୍ରକାଶ (୨୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ

ଘଟିଥିଲା।ବୋଲେରୋରେ ବସିଥିବା ୮ ଜଣଙ୍କ ମଧ୍ୟରେ

ଦୁଇଜଣ ମହିଳା ଓ ଦୁଇଜଣ ଶିଶୁ ଥିଲେ, ଯେଉଁମାନେ ଆଗ୍ନିକାଣ୍ଡରେ ଫସି ଜୀବନ୍ତ ଜଳି ମୃତ୍ୟୁବରଣ କରିଥିଲେ।

ଟ୍ରକ ଚାଳକ ଓ ଖଲାସିଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗର ଟିମ୍ ପ୍ରାୟ ଗୋଟିଏ ଘଣ୍ଟା

ପରେ ଆଗ୍ନିକୁ ନିୟନ୍ତ୍ରଣରେ ଆଣିପାରିଥିଲା,

ସେତେବେଳେ ପର୍ଯ୍ୟନ୍ତ ସମସ୍ତ ଯାନ ଜଳି ପାଉଁଶ ହୋଇଯାଇଥିଲା।ଘଟଣା ପରେ ଜିଲ୍ଲାପାଳ ପବନ କୁମାର

ଗଙ୍ଗୱାର ଓ ପୁଲିସ ଅଧୀକ୍ଷକ ଅପର୍ଣ୍ଣା ରଜତ କୌଶିକ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିର ସମୀକ୍ଷା

କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande