ଇସ୍ରାଏଲ-ଲେବାନନ ମଧ୍ୟରେ ତିନି ସପ୍ତାହ ସଂଘର୍ଷ ବିରାମ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ
ୱାଶିଂଟନ, 24 ଏପ୍ରିଲ (ହି.ସ.)। ଆମେରିକାର ଆୟୋଜନରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ୱାଶିଂଟନରେ ଗୁରୁବାର ରାଜଦୂତ ସ୍ତରର ଆଲୋଚନା ହୋଇଥିଲା, ଯେଉଁଠାରେ ତିନି ସପ୍ତାହର ସାମରିକ ବିରତି (ଯୁଦ୍ଧ ବିରାମ/ସିଜ଼ଫାୟର) ଉପରେ ସମ୍ମତି ହୋଇଛି। ବୈଠକର ଶେଷରେ ଦୁଇପକ୍ଷ ସହ ଆଲୋଚନା କରିବା
ବୁଝାମଣା


ୱାଶିଂଟନ, 24 ଏପ୍ରିଲ (ହି.ସ.)। ଆମେରିକାର ଆୟୋଜନରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ୱାଶିଂଟନରେ

ଗୁରୁବାର ରାଜଦୂତ ସ୍ତରର ଆଲୋଚନା ହୋଇଥିଲା, ଯେଉଁଠାରେ ତିନି ସପ୍ତାହର ସାମରିକ ବିରତି (ଯୁଦ୍ଧ ବିରାମ/ସିଜ଼ଫାୟର) ଉପରେ ସମ୍ମତି

ହୋଇଛି। ବୈଠକର ଶେଷରେ ଦୁଇପକ୍ଷ ସହ ଆଲୋଚନା କରିବା ପରେ ଏହି ଘୋଷଣା ରାଷ୍ଟ୍ରପତି ଡୋନାଲ୍ଡ

ଟ୍ରମ୍ପ କରିଥିଲେ। ଆମେରିକାର ବିଦେଶ ମନ୍ତ୍ରାଳୟର ମଧ୍ୟସ୍ଥତାରେ ହୋଇଥିବା ଏହି ଶାନ୍ତି

ଆଲୋଚନାର ସଫଳତା ପ୍ରତି ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି।

ସିବିଏସ୍ ନ୍ୟୁଜ୍ ଓ ଆଲ୍ ଜଜିରାର ରିପୋର୍ଟ ଅନୁସାରେ, ଗୁରୁବାର ହ୍ୱାଇଟ୍ ହାଉସ୍ରେ ଇସ୍ରାଏଲ ଓ ଲେବାନନର ଅଧିକାରୀମାନଙ୍କ ମଧ୍ୟରେ ଶାନ୍ତି

ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ ପରେ ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଥିଲେ ଯେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରାମକୁ ତିନି ସପ୍ତାହ ପାଇଁ ବଢ଼ାଯାଇଛି। ସେ ସୋସିଆଲ୍ ଟ୍ରୁଥ୍ରେ

ଲେଖିଥିଲେ,

ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବିରାମକୁ ତିନି ସପ୍ତାହ ପାଇଁ

ବଢ଼ାଯିବ।

ଇସ୍ରାଏଲ ଓ ଲେବାନନ ମଧ୍ୟରେ ପ୍ରାରମ୍ଭିକ 10 ଦିନର ଯୁଦ୍ଧ

ବିରାମ 16 ଏପ୍ରିଲରୁ କାର୍ଯ୍ୟକାରୀ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande